କେରଳରେ ସର୍ବାଧିକ କରୋନା ସଂକ୍ରମିତ: ଦ୍ୱିତୀୟ ସ୍ଥାନରେ ମହାରାଷ୍ଟ୍ର

ନୂଆଦିଲ୍ଲୀ,୨୫।୩: କରୋନା ସଂକ୍ରମଣ ଭାରତରେ ଆତଙ୍କ ସୃଷ୍ଟି କରିଛି। ଏହାକୁ ରୋକିବା ଲାଗି ଦେଶରେ ୨୧ ଦିନିଆ ଲକ୍‌ ଡାଉନ୍‌ ଘୋଷଣା କରାଯାଇଛି। ପୂର୍ବରୁ କରୋନା ସଂକ୍ରମଣ ଘଟଣାରେ ମହାରାଷ୍ଟ୍ର ଏକ ନମ୍ବର ସ୍ଥାନରେ ଥିବାବେଳେ ଏବେ ଏହା ଦ୍ୱିତୀୟ ସ୍ଥାନକୁ ଆସିଛି। କେରଳରେ ସର୍ବାଧିକ ୧୦୯ ଜଣ କରୋନା ସଂକ୍ରମଣଙ୍କୁ ଚିହ୍ନଟ କରାଯାଇଛି।  ମହାରାଷ୍ଟ୍ରରେ ଏଠାରେ ୧୦୧ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେହିପରି କର୍ନାଟକରେ ୪୨ ଜଣ ସଂକ୍ରମିତ ରହିଛନ୍ତି। ଉତ୍ତରପ୍ରଦେଶରେ ୩୫ ଏବଂ ତେଲେଙ୍ଗାନାରେ ସଂକ୍ରମିତଙ୍କ ସଂଖ୍ୟା ୩୫ ରହିଛି। ରାଜସ୍ତାନରେ ୩୨ ଏବଂ ଗୁଜରାଟରେ ୩୩ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି।

Share