Categories: ଜାତୀୟ

କେରଳରେ ୧୨ କରୋନା ସଂକ୍ରମିତ: ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବନ୍ଦ ଶିକ୍ଷାନୁଷ୍ଠାନ

ଥିରୁଭାନନ୍ତପୁରମ,୧୦।୩: କରୋନା ଭାଇରସରେ ସଂକ୍ରମିତ ୬ ରୋଗୀ ଚିହ୍ନଟ ହେବା ପରେ ଏବେ କେରଳରେ ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଛି ୧୨ରେ। ଏହାକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ୭ମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ କ୍ଲାସ ଓ ପରୀକ୍ଷାକୁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ ବନ୍ଦ କରିବାକୁ ଘୋଷଣା କରିଛନ୍ତି। ହେଲେ ୮ମ, ୯ମ ଓ ୧୦ମ ଶ୍ରେଶୀରେ ପୂର୍ବଭଳି ପାଠପଢାଯିବା ସହ ସମସ୍ତ ପରୀକ୍ଷା ମଧ୍ୟ କରାଯିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, କରୋନା ଭାଇରସରେ ବିଶେଷ ଭାବେ ଛୋଟ ପିଲା ଓ ବୟସ୍କ ବ୍ୟକ୍ତି ସଂକ୍ରମିତ ହେଉଥିବାରୁ ଏମାନଙ୍କୁ ଯଥା ସମ୍ଭବ ସୁରକ୍ଷିତ ରଖିବାକୁ ଚେଷ୍ଟା କରାଯାଉଛି। ଏବେସୁଦ୍ଧା ଭାରତରେ ୪୫ ଜଣ କରୋନା ଭାଇରସରେ ସଂକ୍ରମିତ ହୋଇ ସାରିଲେଣି।

Share