କୋଚି,୨୮।୮: ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ ରବିନ ଉଥାପ୍ପା ସୀମିତ ଓଭର ଘରୋଇ କ୍ରିକେଟରେ କେରଳ ଦଳର ଅଧିନାୟକ ଭାବେ ମନୋନୀତ ହୋଇଛନ୍ତି। ନିକଟରେ ବେଙ୍ଗାଲୁରୁଠାରେ ହିମାଚଳ ପ୍ରଦେଶ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍ରେ ଉଥାପ୍ପା ଦଳର ନେତୃତ୍ୱ ନେଇଥିଲେ। ହେଲେ ଦଳର ନିୟମିତ ଅଧିନାୟକ ସଚିନ ବେବିଙ୍କ ଅନୁପସ୍ଥିତିରେ ଉଥାପ୍ପାଙ୍କୁ ସୁଯୋଗ ମିଳିଥିଲା। କେରଳ କ୍ରିକେଟ ଆସୋସିଏଶନ (କେସିଏ) ମଙ୍ଗଳବାର ୩୩ ବର୍ଷୀୟ କର୍ନାଟକ ବ୍ୟାଟ୍ସମ୍ୟାନ ବିଜୟ ହଜାରେ ଦିନିକିଆ ଟୁର୍ନାମେଣ୍ଟ ଓ ସୟଦ ମୁସ୍ତାକ ଅଲି ଟି୨୦ ଟୁର୍ନାମେଣ୍ଟରେ ଅଧିନାୟକ ଦାୟିତ୍ୱ ତୁଲାଇବେ ବୋଲି ଘୋଷଣା କରିଛି। ସେ ଭାରତ ପକ୍ଷରୁ ୪୬ ଦିନିକିଆ ଓ ୧୩ ଟି୨୦ ମ୍ୟାଚ୍ ଖେଳିଛନ୍ତି। ୨୦୦୭ ଟି୨୦ ବିଶ୍ୱକପ୍ ଚାମ୍ପିୟନ ଭାରତୀୟ ଦଳର ସେ ସଦସ୍ୟ ଥିଲେ।