Categories: ଫୁରସତ

କେରଳର ସମସ୍ତ ପ୍ରାଥମିକ ସ୍କୁଲ ହାଇଟେକ୍‌ : ୪୫ ହଜାର ସ୍ମାର୍ଟକ୍ଲାସ

କେରଳରେ ସମସ୍ତ ପ୍ରାଥମିକ ସ୍କୁଲକୁ ହାଇଟେକ୍‌ କରାଯାଇଛି। ଯାହା ଦେଶରେ ପ୍ରଥମ। ଏଠାରେ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ୪୫ ହଜାର କ୍ଲାସରୁମ୍‌ରେ ପ୍ରୋଜେକ୍ଟର, ସ୍କ୍ରିନ୍‌, ଲାପ୍‌ଟପ୍‌ ଏବଂ ଇଣ୍ଟରନେଟ୍‌ ସୁବିଧା ରହିଛି। ଖାସ୍‌ ଏଥିପାଇଁ ୪୦ ହଜାରରୁ ଅଧିକ ଛାତ୍ରୀଛାତ୍ର ଚଳିତବର୍ଷ ଆଡମିଶନ ନେଇଛନ୍ତି। ୨୦୧୬ରେ ଯେଉଁ ସ୍କୁଲର ଛାତ୍ରୀଛାତ୍ରଙ୍କ ସଂଖ୍ୟା ୫ ହଜାରରୁ କମ୍‌ ଥିଲା ବର୍ତ୍ତମାନ ସେହି ସ୍କୁଲରେ ଛାତ୍ରୀଛାତ୍ରଙ୍କ ସଂଖ୍ୟା ଢେର ଅଧିକ। ଏମିତିକି କିଛି ସ୍କୁଲରେ ଉପସ୍ଥାନ ସଂଖ୍ୟା କମ୍‌ ଯୋଗୁ ବନ୍ଦ ହେବାକୁ ବସିଥିଲା। କିନ୍ତୁ ବର୍ତ୍ତମାନ ଏହି ସ୍କୁଲଗୁଡ଼ିକରେ ଆଡ୍‌ମିଶନ ପାଇଁ ଲମ୍ବା ଲାଇନ୍‌ ଲାଗୁଛି। ବର୍ତ୍ତମାନର ସରକାର ୧୪୧ ସ୍କୁଲକୁ ବିଶ୍ୱସ୍ତରରେ ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି। ରାଜ୍ୟର ସମସ୍ତ ପ୍ରାଥମିକ ସ୍କୁଲକୁ ହାଇଟେକ୍‌ କରାଯିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ୯୯୪୧ ପ୍ରାଥମିକ ସ୍କୁଲରେ ୨୩ ହଜାର ୧୭୦ଟି ମଲ୍‌ଟିମିଡିଆ ପ୍ରୋଜେକ୍ଟର, ୫୫୦୮୬ଟି ଲାପ୍‌ଟପ ଏବଂ ୟୁଏସ୍‌ବି ସ୍ପିକର ଲଗାଯିବା ପାଇଁ ଯୋଜନା ରଖାଯାଇଛି। ସ୍କୁଲଗୁଡ଼ିକର ବିକାଶ ପାଇଁ ଏକ ସରକାରୀ ଏଜେନ୍ସିକୁ ଦାୟିତ୍ୱ ଦିିଆଯାଇଛି। ପ୍ରୋଜେକ୍ଟ ଆରମ୍ଭରୁ ପ୍ରତି ବିଧାନସଭା କ୍ଷେତ୍ରର ଗୋଟିଏ ଗୋଟିଏ ସରକାରୀ ସ୍କୁଲ ପ୍ରାୟ ୧୪୧ଟି ସ୍କୁଲରେ ଏହି ସୁବିଧା ଉପଲବ୍ଧ ହେବ। ଏହି ପୋଜେକ୍ଟ ଶିକ୍ଷାବର୍ଷ ୨୦୧୯-୨୦ ମଧ୍ୟରେ ସମ୍ପୂର୍ଣ୍ଣ କରାଯିବ।

Share