Categories: ଜାତୀୟ

କେରଳ ଛୁଇଁଲା ମୌସୁମୀ

ନୂଆଦିଲ୍ଲୀ,୧।୬: ପାଣିପାଗ ବିଭାଗର ପୂର୍ବନୁମାନ ଅନୁଯାୟୀ, ଠିକ୍‌ ଜୁନ୍‌ ପହିଲାରେ କେରଳ ଛୁଇଁଛି ମୌସୁମୀ। ଭାରତୀୟ ପାଣିପାଗ ବିଭାଗର ସୂଚନା ମୁତାବକ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସୋମବାର କେରଳ ଛୁଇଁଛି। ଏହାର ପ୍ରଭାବରେ ପାଖାପାଖି ୯ ଜିଲାରେ ପ୍ରବଳ ବର୍ଷା ହୋଇଛି। ମିଳିଥିବା ସୂଚନାରୁ ଜଣାପଡିଛି କି ଥିରୁଭାନନ୍ତପୁରମ, କୋଲ୍ଲାମ, ପଥାନମଥିଟ୍ଟା, ଅଲପୁଜାହ, କୋଟ୍ଟୟମ, ଏର୍ନାକୁଲମ, ଇଡ୍ଡୁକି, ମାଲାପୁରନମ ଓ କନ୍ନୁରରେ ପ୍ରବଳ ବର୍ଷା ହେଉଥିବାରୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଆଲର୍ଟ ଜାରି କରାଯାଇଛି। କେରଳର ଅଧିକାଂଶ ସ୍ଥାନରେ ବର୍ଷା ହେଉଥିବାରୁ ସେଠାକାର ତାପମାତ୍ରା ମଧ୍ୟ କମ୍‌ ହୋଇଛି। ଥିରୁଭାନନ୍ତପୁରମରେ ଦିନର ତାପମାତ୍ର ୨୫ ଡିଗ୍ରୀ ରେକର୍ଡ କରାଯାଇଛି। କେରଳର ଦକ୍ଷିଣ ଉପକୂଳ ଅଞ୍ଚଳ ଓ ଲକ୍ଷ୍ୟଦ୍ୱୀପରେ ଗତ ୪ ଦିନ ହେବ ଲାଗାତାର ବର୍ଷା ଲାଗିରହିଛି।

Share