Categories: ଜାତୀୟ

କେରଳ ଛୁଇଁଲା ମୌସୁମୀ

ନୂଆଦିଲ୍ଲୀ,୮।୬: ସବୁ ପ୍ରତିକ୍ଷାର ଅନ୍ତ ଘଟାଇ ଶେଷରେ କେରଳ ଛୁଇଁଛି ମୌସୁମୀ। ଏହାର ପ୍ରଭାବରେ ଉପକୂଳ ଅଞ୍ଚଳରେ ପ୍ରବଳ ବର୍ଷା ଅନୁମାନ କରାଯାଇଛି। ଜାତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ଲାକ୍ଷଦ୍ୱୀପ, ତାମିଲନାଡୁ ଓ କେରଳର ଅନ୍ୟ ଭାଗରେ ପହଞ୍ଚିବ। ବେଶ୍‌ କିଛିଦିନ ଧରି ଗ୍ରୀଷ୍ମ ପ୍ରବାହରେ ଆଉଟୁ ପାଉଟୁ ହେଉଥିବା ସାରା ଦେଶ ମୌସୁମୀ ଆସିବା ପରେ ସାମାନ୍ୟ ଆଶ୍ୱସ୍ତି ଲାଭ କରିବ ବୋଲି କୁହାଯାଉଛି। ତେବେ ଚଳିତ ବର୍ଷର ମୌସୁମୀ ବର୍ଷା ସ୍ବାଭାବିକ ରହିବ ବୋଲି ପୂର୍ବରୁ ଆଇଏମ୍‌ଡି ସୂଚନା ଦେଇଥିଲା।

Share