କେରଳ ପୋଲିସର ହ୍ୟାଣ୍ଡ୍‌ ଓ୍ବାଶିଂ ଡ୍ୟାନ୍ସ୍‌: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ଥିରୁଭାନନ୍ତପୁରମ୍‌,୧୮।୩: କରୋନା ଭୂତାଣୁ ସଂକ୍ରମଣ ଯୋଗୁ ପୃଥିବୀର ୧୬୫ ଦେଶରେ ସଙ୍କଟ ଦେଖାଦେଇଛି। ଭାରତରେ କରୋନା ସଂକ୍ରମିତଙ୍କ ମଧ୍ୟ ବଢ଼ିଚାଲିଛି। ଏହି ମର୍ମରେ କେରଳ ପୋଲିସ ପକ୍ଷରୁ ଲୋକଙ୍କୁ ସଚେତନ କରିବା ପାଇଁ ଏକ ହ୍ୟାଣ୍ଡ୍‌ ଓ୍ବାଶିଂ ଡ୍ୟାନ୍ସ୍‌ ଏବେ ଫେସବୁକ୍‌ରେ ଅପଲୋଡ୍‌ କରାଯାଇଛି। ଏହାକୁ ଇତିମଧ୍ୟରେ ୮ ଲକ୍ଷରୁ ଅଧିକ ୟୁଜର ଦେଖିସାରିଛନ୍ତି। ଏହାକୁ ୨୮ ,୦୦୦ରୁ ଅଧିକ ଥର ଶେୟାର କରାଯାଇଛି। ଏନେଇ ୨,୦୦୦ରୁ ଅଧିକ କମେଣ୍ଟ ଦିଆଯାଇଛି। ଏକ ମିନିଟ୍‌ ୨୫ ସେକେଣ୍ଡର ଏହି ଭିଡ଼ିଓରେ ପୋଲିସ କର୍ମଚାରୀ ମୁହଁରେ ମାସ୍କ୍‌ ପିନ୍ଧି ଡ୍ୟାନ୍ସ୍‌ କରୁଥିବାର ଦେଖିବାକୁ ମିଳୁଛି। ସୂଚନାଯୋଗ୍ୟ, କେରଳରେ ୨୪ ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି।

Share