Categories: ଗଞ୍ଜାମ

କେରଳ ବନ୍ୟାରେ ଫସିଛନ୍ତି ଶତାଧିକ ଓଡ଼ିଆ ଶ୍ରମିକ

ଶେରଗଡ଼,୧୧ା୮(ଡି.ଏନ.ଏ.): ଶେରଗଡ଼ ବ୍ଲକର ଦଶମୁଣ୍ଡଳୀ, ଶେରଗଡ଼ ଓ ଆସିକା ବ୍ଲକର ସୁନମୋହି ଗ୍ରାମର ବହୁବ୍ୟକ୍ତି କେରଳ କାଲିକଟ ମଙ୍ଗୁଆ ଅଞ୍ଚଳରେ ବନ୍ୟାରେ ଫସି ରହିଛନ୍ତି। ଜୁଲାଇ ୬ରୁ ପ୍ରବଳ ବର୍ଷା ପରେ କେରଳରେ ବନ୍ୟା ହୋଇଛି। ଉକ୍ତ ଅଞ୍ଚଳରେ ଶେରଗଡ ଓ ଆସିକା ବ୍ଲକର ୩୦୦ରୁ ଊର୍ଦ୍ଧ୍ୱ ଲୋକେ ଦାଦନ ଶ୍ରମିକ ଭାବେ କାମ କରୁଛନ୍ତି। ୨ ଦିନ ହେଲା ଭୋକ ଉପାସରେ ଅଛନ୍ତି ବୋଲି ମଙ୍ଗୁଆ ଅଞ୍ଚଳରେ ଫସି ରହିଥିବା ଦଶାମୁଣ୍ଡଳୀ ଗ୍ରାମରେ ଡାକ ସେଠି ଫୋନ ଯୋଗେ ଜଣାଇଛନ୍ତି। ସେଠାରେ ସ୍ଥାନୀୟ ପ୍ରଶାସନ ପହଞ୍ଚତ୍ ନ ଥିବା ସେମାନେ କହିଛନ୍ତି। ଗଞ୍ଜାମ ଜିଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବାକୁ ଫସି ରହିଥିବା ଓଡିଆ ଶ୍ରମିକଙ୍କ ପରିବାର ନିବେଦନ କରିଛନ୍ତି।