କେରଳ ବନ୍ୟାରେ ଫସିଛନ୍ତି ସାନଖେମୁଣ୍ଡିର ବହୁ ଶ୍ରମିକ

ପାଟପୁର,୧୩ା୮(ଡି.ଏନ.ଏ.)- ସାନଖେମୁଣ୍ଡି ବ୍ଲକ ପାଟପୁର, ରାଧାଦେଇପୁର, ସାତପେଣ୍ଠ ଗୋପାଳପୁର, ପ୍ରତାପଗିରି ଦଳିତ ସାହି ଗ୍ରାମର ବହୁ ବ୍ୟକ୍ତି କେରଳର ଆନ୍ନାକୁଲମ ଓ ଅଞ୍ଚଳରେ ବନ୍ୟାରେ ଫସି ରହିଛନ୍ତି। ଅଗଷ୍ଟ ୩ରୁ ପ୍ରବଳ ବର୍ଷା ପରେ କେରଳରେ ବନ୍ୟା ହୋଇଛି। ଅଞ୍ଚଳର ତାରିଣୀ ନାଇକ, ଡାକ ନାଇକ, ପୀତବାସ ନାଇକ, ଅଳୟ ନାୟକ, ବହାନ ନାଇକ, ବଚନ ନାଇକ, ଗଗନ ନାଇକ, ରଞ୍ଜନ ନାଇକ ପ୍ରମୁଖ ଶତାଧିକ ଲୋକ ସେଠାରେ ରହି କାମ କରୁଥିଲେ। ୨ ଦିନ ହେଲା ଭୋକ ଉପାସରେ ଅଛନ୍ତିି ବୋଲି ଆନ୍ନାକୁଲମ ଅଞ୍ଚଳରେ ଫସି ରହିଥିବା ପ୍ରତାପଗିରି ଗ୍ରାମର ଡାକ ନାଇକ ଜଣାଇଛନ୍ତିି। ସେଠାରେ ସ୍ଥାନୀୟ ପ୍ରଶାସନ ପହଞ୍ଚତ୍ନଥିବା ସେମାନେ କହିଛନ୍ତିି। ଗଞ୍ଜାମ ଜିଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବାକୁ ଫସି ରହିଥିବା ଶ୍ରମିକଙ୍କ ପରିବାର ନିବେଦନ କରିଛନ୍ତି।

Share