Categories: ଜାତୀୟ

କେରଳ ବିଧାନସଭାରେ ରାଜ୍ୟପାଳ ହଟହଟା

ଥିରୁଭାନନ୍ଥପୁରମ୍‌,୩୦ା୧(ପି.ଟି.): କେରଳ ବିଧାନସଭାରେ ବୁଧବାର ଅଭୂତପୂର୍ବ ଘଟଣା ଦେଖିବାକୁ ମିଳିଥିଲା। ବିରୋଧୀ ଦଳ କଂଗ୍ରେସ ନେତୃତ୍ୱରେ ୟୁଡିଏଫ୍‌ ବିଧାୟକମାନେ ରାଜ୍ୟପାଳ ଅରିଫ୍‌ ମହମ୍ମଦ ଖାନଙ୍କୁ ବିଧାନସଭା ଭିତରେ ଅଟକାଇଥିଲେ। ସେମାନେ ‘ରାଜ୍ୟପାଳ ଫେରିଯାଅ’ ସ୍ଲୋଗାନ ଦେବା ସହ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ବିରୋଧରେ ପ୍ଲାକାର୍ଡ ପ୍ରଦର୍ଶନ କରିଥିଲେ। ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ୍‌ ଏବଂ ବାଚସ୍ପତି ପି. ଶ୍ରୀରାମକ୍ରିଷ୍ଣନ୍‌ ରାଜ୍ୟପାଳଙ୍କୁ ଅଭିଭାଷଣ ଦେବା ଲାଗି ପାଛୋଟି ନେବାବେଳେ ଏଭଳି ଅପ୍ରୀତିକର ଘଟଣା ଘଟିଥିଲା। ମାର୍ଶାଲମାନେ ବିରୋଧୀ ସଦସ୍ୟଙ୍କୁ ହଟାଇଥିଲେ। ରାଜ୍ୟପାଳ ଅଭିଭାଷଣ ଆରମ୍ଭ କରିବା ମାତ୍ରେ ସେମାନେ କକ୍ଷତ୍ୟାଗ କରି ବିଧାନସଭା ଫାଟକ ସମ୍ମୁଖରେ ଧାରଣାରେ ବସିଥିଲେ।

Share