Categories: ଜାତୀୟ

କେରଳ ବିଧାନସଭା: ପ୍ରବଳ ହଟ୍ଟଗୋଳ ମଧ୍ୟରେ ସିଏଏ ବିରୋଧରେ ପ୍ରସ୍ତାବ ପାଠ କଲେ ରାଜ୍ୟପାଳ

ଥରୁଭାନନ୍ତପୁରମ୍‌,୨୯।୧: କେରଳ ବିଧାନସଭା ବଜେଟ୍‌ ଅଧିବେଶନ ବୁଧବାରଠାରୁ ଆରମ୍ଭ ହୋଇଛି। ଅଧିବେଶନର ପ୍ରଥମ ଦିନରେ ପ୍ରବଳ ହଟ୍ଟଗୋଳ ମଧ୍ୟରେ ରାଜ୍ୟପାଳ ଆରିଫ୍‌ ଅହମ୍ମଦ୍‌ ଖାଁ ସିଏଏ ବିରୋଧରେ ରାଜ୍ୟ ସରକାରଙ୍କ ପ୍ରସ୍ତାବ ପାଠ କରିଛନ୍ତି। ପୂର୍ବରୁ ସେ ଏହି ପ୍ରସ୍ତାବ ପାଠ କରିବାକୁ ମନା କରିଥିଲେ। ତେବେ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନଙ୍କ ଅନୁରୋଧ କ୍ରମେ ସେ ଏନେଇ ନିଜର ସହମତି ପ୍ରକାଶ କରିଥିଲେ। ଏପରି କରିବାକୁ ରାଜ୍ୟ ସରକାର ଚାହୁଁଥିବାରୁ ଆରିଫ୍‌ ପ୍ରସ୍ତାବ ପାଠ କରିଥିବା ସୂଚନା ଦେଇଛନ୍ତି। ରାଜ୍ୟ ସରକାରଙ୍କ ଇଛାକୁ ସମ୍ମାନ କରିବା ତାଙ୍କର କର୍ତ୍ତବ୍ୟ ବୋଲି ସେ କହିଛନ୍ତି। ତେବେ ଆରିଫ୍‌ ଭାଷଣ ଆରମ୍ଭ କରିବାରୁ ଏହାକୁ ବିରୋଧ କରି ୟୁଡିଏଫ୍‌ ବିଧାୟକମାନେ ଗୃହତ୍ୟାଗ କରିଥିଲେ।

Share