କେରଳ, ସୁରଟରୁ ଫେରିଲେ ମୋହନାର ୧୨ପ୍ରବାସୀ

ଆର.ଉଦୟଗିରି,୯।୫(ଡି.ଏନ୍‌.ଏ): ଗଜପତି ଜିଲାର ମୋହନା ବ୍ଲକକୁ କେରଳ ଓ ସୁରତରୁ ୧୨ଜଣ ପ୍ରବାସୀ ଓଡ଼ିଆ ଆସିଥବା ଜଣାପଡିଛି। ଶୁକ୍ରବାର ଅପରାହ୍ନରେ ଗଞ୍ଜାମ ଜିଲା ଜଗନ୍ନାଥପୁର ଷ୍ଟେସନରେ ୧୨ଜଣ ପ୍ରବାସୀ ଓଡ଼ିଆ ଓହ୍ଲାଇଥିଲେ। ସେଥିମଧ୍ୟରୁ ୧୧ଜଣ କେରଳରୁ ଫେରିଥିବା ବେଳେ ଜଣେ ସୁରଟ ଫେରନ୍ତା ରହିଛନ୍ତି। ଏହାପରେ ଜିଲା ପ୍ରଶାସନର ପୂର୍ବ ପ୍ରସ୍ତୁତି ଅନୁଯାୟୀ ୩ଟି ଗାଡ଼ିରେ ସେମାନଙ୍କୁ ମୋହନା ବ୍ଲକର ଲୁହାଗୁଡି ଆଦିବାସୀ ହାଇସ୍କୁଲର କ୍ବାରାଣ୍ଟାଇନ୍‌ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ସେମାନଙ୍କର ଡାକ୍ତରୀ ପରୀକ୍ଷା କରାଯାଇଛି। ତେବେ ୧୨ ଜଣଙ୍କ ମଧ୍ୟରୁ ୮ଜଣ ମୋହନା ବ୍ଲକର ଥିବାବେଳେ ଓ ୪ଜଣ ନୁଆଗଡ ବ୍ଲକର ବୋଲି ସୂଚନା ରହିିଛି।