Categories: ଜାତୀୟ

କେରଳ ହଟସ୍ପଟ୍‌ରେ ଚାଲିବନି ବସ୍‌

ଥିରୁଅନନ୍ତପୁରମ,୧୮।୫: କରୋନା ସଂକ୍ରମଣ ପାଇଁ ସୋମବାରଠାରୁ ସାରା ଦେଶରେ ଲାଗୁ ହୋଇଛି ଲକ୍‌ଡାଉନ ୪.୦। ଏହି ସମୟରେ ନିୟମରେ କିଛିଟା କୋହଳ କରାଯାଇଥିବା ବେଳେ ରାଜ୍ୟ ସରକାରଙ୍କୁ ମଧ୍ୟ ନିୟମରେ ପରିବର୍ତ୍ତନ ପାଇଁ କ୍ଷମତା ରହିଛି। ଏବେ କେରଳ ସରକାର କରୋନା ହଟ୍‌ସ୍ପଟରେ ବସ୍‌ ଚଳାଚଳ କରିବ ନାହିଁ ବୋଲି କହିଛନ୍ତି। କେରଳ ପରିବହନମନ୍ତ୍ରୀ ଏକେ ଶଶିନ୍ଦ୍ରନ କହିଛନ୍ତି ରାଜ୍ୟ ଭିତରେ ବସ୍‌ ଚଳାଚଳ କରିପାରିବ। କିନ୍ତୁ ରାଜ୍ୟ ବାହାରକୁ ଅନୁମତି ପ୍ରଦାନ କରାଯିବ ନାହିଁ। ହେଲେ ହଟ୍‌ସ୍ପଟ୍‌ରେ ଆଦୌ ବସ୍‌ ଚଳାଚଳ କରିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

Share