Categories: ଜାତୀୟ

କେରଳ ହାତୀ ମୃତ୍ୟୁ ମାମଲା: ରାଜ୍ୟକୁ କେନ୍ଦ୍ର ମାଗିଲା ରିପୋର୍ଟ

ନୂଆଦିଲ୍ଲୀ,୪।୬: କେରଳରେ କେତେଜଣ ଦୁର୍ବୁତ୍ତ ଗର୍ଭବତୀ ହାତୀକୁ ବାଣଭର୍ତ୍ତି ଥିବା ସପୁରୀ ଖୁଆଇବା ଘଟଣା ଏବେ ଚର୍ଚ୍ଚାର ପରିସରକୁ ଆସିଯାଇଛି। ଏମିତିକି କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭେଡକର କହିଛନ୍ତି ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ଗୁରୁବାର ଜାଭେଡକର କହିଛନ୍ତି, କେରଳ ହାତୀ ମୃତ୍ୟୁ ମାମଲାକୁ ସରକାର ଗମ୍ଭୀରତାର ସହ ବିଚାରକୁ ନେଇଛନ୍ତି। ଏଭଳି ଭାବେ ଯାଞ୍ଚ କାର୍ଯ୍ୟ ଆରମ୍ଭ କରାଯାଇଛି ଯେଉଁଥିରେ ଅପରାଧୀ ଯେମିତି ଖସି ନ ଯାଏ। ଜଙ୍ଗଲି ଜନ୍ତୁଙ୍କୁ ବାଣ ଖୁଆଇ ମାରିବା ଭାରତୀୟ ସଂସ୍କୃତିରେ ନାହିଁ ବୋଲି ସେ କହିଛନ୍ତି। ଏହାକୁ ନେଇ କେରଳ ସରକାର କହିଛନ୍ତି ହାତୀ ମୃତ୍ୟୁ ମାମାଲାର ଯାଞ୍ଚ ବନ୍ୟଜୀବ ଅପରାଧ ଯାଞ୍ଚ ଦଳ କରିବେ। ଏହାକୁ ଗମ୍ଭୀରତାର ସହ ନେଇ କେନ୍ଦ୍ର ସରକାର କେରଳ ସରକାରଙ୍କୁ ଏହାର ଏକ ରିପୋର୍ଟ ମାଗିଛନ୍ତି।

Share