କେଶରୁ ଜାଣିହେବ ସ୍କିଜୋଫ୍ରେନିଆ ଲକ୍ଷଣ

ସ୍କିଜୋଫ୍ରେନିଆ ହେଉଛି ଏକ ମସ୍ତିଷ୍କଜନିତ ରୋଗ। ଏପରି ରୋଗ ଦ୍ୱାରା ଆକ୍ରାନ୍ତ ହେଲେ ସ୍ମରଣଶକ୍ତି ପ୍ରଭାବିତ ହୋଇଥାଏ। ମସ୍ତିଷ୍କରେ ହାଇଡ୍ରୋଜେନ ସଲ୍‌ଫାଇଡ୍‌ ଅଧିକ କ୍ଷରଣ ହେଲେ ଏହି ରୋଗର ଆଶଙ୍କା ଅଧିକ ରହିଥାଏ। ଆମେରିକାସ୍ଥିତ ଇଏବିଓ ମଲିକୁଲାର ମେଡିସିନ ସଂସ୍ଥା ଦ୍ୱାରା ଏ ନେଇ ଏକ ଗବେଷଣା କରାଯାଇଥିଲା। ଏହି ଗବେଷଣା ସମୟରେ ସେମାନେ ଏକ ଏନ୍‌ଜାଇମକୁ ଠାବକରିବାରେ ସକ୍ଷମ ହୋଇଥିଲେ। ଉକ୍ତ ଏନ୍‌ଜାଇମ୍‌ ମସ୍ତିଷ୍କରେ ହାଇଡ୍ରୋଜେନ ସଲ୍‌ଫାଇଡ୍‌ ଅଧିକ କ୍ଷରଣରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ତେବେ କେଶକୁ ଅନୁଧ୍ୟାନକରି ଏପରି ଏନ୍‌ଜାଇମକୁ ସେମାନେ ଖୋଜି ପାଇଥିଲେ। ଏହାଦ୍ୱାରା ହାଇଡ୍ରୋଜେନ ସଲ୍‌ଫାଇଡ୍‌ ଅଧିକ କ୍ଷରଣକୁ ସହଜରେ ରୋକାଯାଇପାରିବ ଏବଂ ସ୍କିଜୋଫେନିଆ ମୃତ୍ୟୁହାରକୁ ମଧ୍ୟ କେତେକାଂଶରେ ନିୟନ୍ତ୍ରିତ କରାଯାଇପାରିବ ବୋଲି ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି।