କେଶ କଳା କରିବାର ଘରୋଇ ଉପାୟ

ଆଜିକାଲି କେଶ ପାଚିବା ଏକ ସାଧାରଣ ସମସ୍ୟା ହୋଇଗଲାଣି। ଅସମୟରେ ବି କେଶ ପାଚି ଯାଉଛି। ତେବେ ଆପଣ ଚାହିଁଲେ ଏହି ସମସ୍ୟାକୁ ଘରୋଇ ଉପଚାର ଦ୍ୱାରା ଦୂରେଇ ପାରିବେ। ଜାଣନ୍ତୁ ସେ ନେଇ କିଛି ଟିପ୍ସ…

ଅଁଳା ଖଣ୍ଡକୁ ନଡ଼ିଆ ତେଲରେ ପକାଇ କଳା ହେବା ପର୍ଯ୍ୟନ୍ତ ଫୁଟାନ୍ତୁ। ଏହି ତେଲକୁ କେଶରେ ଲଗାଇଲେ କେଶ କଳା ହେବା ସହ ଗହନ ହୋଇଥାଏ।
ନଡ଼ିଆ ତେଲରେ ଭୁର୍ସୁଙ୍ଗପତ୍ର ପକାଇ ଫୁଟାନ୍ତୁ। ଏହି ତେଲ କେଶରେ ଲଗାଇ ମାଲିସ କଲେ କେଶ କଳା ହେବା ସହ ସେଥିରେ ଚମକ ଆସିଥାଏ।
କେଶ କଳା କରିବା ପାଇଁ ଭିଟାମିନ୍‌ ଇ, ଓମେଗା ୩, ଫ୍ୟାଟି ଏସିଡ୍‌ର ଆବଶ୍ୟକତା ରହିଛି। ବିଶେଷ କରି ଆର୍ଗନ ଅଏଲ୍‌ରେ ଏସବୁ ତତ୍ତ୍ୱ ରହିଛି। ପ୍ରତିଦିନ ଆପଣ ଏହି ତେଲକୁ କେଶରେ ମସାଜ୍‌ କରିପାରିବେ।
ଆପଣଙ୍କ ଖାଦ୍ୟ ତାଲିକାରେ ଅଁଳାକୁ ସାମିଲ କରନ୍ତୁ। ଏହାକୁ ଆପଣ କଞ୍ଚା ଖାଇପାରିବେ। ଏହାର ଜୁସ୍‌ ମଧ୍ୟ ପିଇ ପାରିବେ।
ଅଁଳା ପାଉଡରରେ ପାଣି ଏବଂ ଲେମ୍ବୁ ରସ ମିଶାଇ କେଶରେ ଲଗାନ୍ତୁ।
ଭୁର୍ସୁଙ୍ଗ ପତ୍ରକୁ ଶୁଖାଇ ପାଉଡର କରି ଏଥିରେ ଦହି ମିଶାଇ କେଶରେ ଲଗାନ୍ତୁ।
ଅଶ୍ୱଗନ୍ଧା ଏବଂ ଭୃଙ୍ଗରାଜର ପେଷ୍ଟ୍‌ରେ ନଡ଼ିଆ ତେଲ ମିଶାଇ କେଶରେ ଲଗାନ୍ତୁ। ଏକ ଘଣ୍ଟା ପରେ କେଶକୁ ହାଲ୍‌କା ଉଷୁମ ପାଣିରେ ଧୋଇ ଦିଅନ୍ତୁ।
ରାତିରେ କେଶର ମୂଳରେ ପିଆଜ ରସ ଲଗାନ୍ତୁ। ସକାଳେ ଧୋଇ ଦିଅନ୍ତୁ।
ପ୍ରତିଦିନ କେଶରେ ରାଶିତେଲ ଲଗାନ୍ତୁ ଏବଂ ରାଶି ଖାଆନ୍ତୁ। ଦେଖିବେ କେଶ କଳା ହୋଇଯିବ।
ଅଧାକପ୍‌ ଦହିରେ ଏକ ଚାମଚ
ଲେମ୍ବୁରସ ଏବଂ ଅଳ୍ପ ପରିମାଣରେ ଗୋଲମରିଚ ଗୁଣ୍ଡ ମିଶାଇ କେଶରେ ଲଗାନ୍ତୁ।