କେଶ କାଟିବାରୁ ଅଭିନେତାଙ୍କୁ ଦେବାକୁ ପଡ଼ିଲା ୩୨ ଲକ୍ଷ

ମାଲାୟାଲମ୍‌ ଫିଲ୍ମ ନିର୍ମାତା ସଚିତ୍‌ ନିଗମଙ୍କୁ ନିଜ କେଶ କାଟିବାରୁ ୩୨ ଲକ୍ଷ ଟଙ୍କା ଦେବାକୁ ପଡ଼ିଛି। ନିଜ କଥା ରଖି ନ ପାରିବାରୁ ତାଙ୍କୁ ଏହି କ୍ଷତି ପୂରଣ ଦେବାକୁ ପଡ଼ିଛି।
ପ୍ରକୃତ କଥାଟା ହେଲା, କେରଳ ଫିଲ୍ମ ପ୍ରଡ୍ୟୁସରର୍ସ ଆସୋସିଏଶନ(କେଏଫ୍‌ପିଏ) ବ୍ୟାନରରେ ନିର୍ମିତ ତଥା ଜୋବି ଜର୍ଜଙ୍କ ପ୍ରଯୋଜିତ ଫିଲ୍ମ ‘ଭେଇଲ’ରେ ଅଭିନେତା ଶେନ ନିଗମ କାମ କରୁଥିଲେ। ଫିଲ୍ମରେ ସାଇନ୍‌ କରିବା ପୂର୍ବରୁ ଜେବି ଏବଂ ଶେନ୍‌ଙ୍କ ମଧ୍ୟରେ ଏକ ବୁଝାମଣା ହୋଇଥିଲା। ଏହି ବୁଝାମଣା ଅନୁସାରେ, ଏପ୍ରିଲ ୧୮ ପୂର୍ବରୁ ଫିଲ୍ମର ଶୁଟିଂ କାର୍ଯ୍ୟ ଶେଷ ହେବ। ଫିଲ୍ମର ଶୁଟିଂ ଶେଷ ନ ହେବା ପର୍ଯ୍ୟନ୍ତ ସେ ଅନ୍ୟ କୌଣସି ଫିଲ ସାଇନ୍‌ କରିବେ ନାହିଁ। ମାତ୍ର ଶେନ ନିଜ କଥା ରଖି ନ ଥିଲେ। ‘ଭେଇଲ’ର ଶୁଟିଂ ଶେଷ ହେବା ପୂର୍ବରୁ ସେ ଆଉ ଏକ ଫିଲ୍ମ ‘କୁର୍ବାନୀ’ ସାଇନ୍‌ କରିଥିଲେ। ନୂଆ ଫିଲ୍ମରେ ନିଜ ଲୁକ୍‌ ପାଇଁ ତାଙ୍କୁ କେଶ କାଟିବାକୁ ପଡ଼ିଥିଲା। ଏଥିପାଇଁ ତାଙ୍କୁ ଫିଲ୍ମ ‘ଭେଇଲ’ ଏବଂ ‘କୁର୍ବାନୀ’ର ଦୁଇ ନିର୍ମାତାଙ୍କୁ କ୍ଷତିପୂରଣ ବାବଦ ୧୬ ଲକ୍ଷ ହିସାବରେ ୩୨ ଲକ୍ଷ ଟଙ୍କା ଦେବାକୁ ପଡ଼ିଛି।

Share