କେଶ ଝଡୁଛି କି…ଆପଣାନ୍ତୁ ଏଭଳି କିଛି ଘରୋଇ ଉପଚାର

ପରିବର୍ତ୍ତିତ ଜୀବନଶଳୀ, ପ୍ରଦୂଷଣ, ଖାଦ୍ୟପେୟରେ ଅନିୟମିତତାର ପ୍ରଭାବ କେଶ ଉପରେ ପଡ଼ିଥାଏ। ଏ ନେଇ କେଶ ଧଳାହେବା ସହ ଛିଡ଼ିବା ଭଳି ସମସ୍ୟା ଦେଖାଯାଇଥାଏ। ଏହି ସମସ୍ୟା ସାଧାରଣରେ ପରିଣତ ହୋଇଛି। ଏହା ବୟସ୍କ ବ୍ୟକ୍ତିଙ୍କଠାରୁ ଆରମ୍ଭ କରି କମ୍‌ ବୟସର ପିଲାମାନଙ୍କ କ୍ଷେତ୍ରରେ ଦେଖିବାକୁ ମିଳୁଛି। ଫଳରେ ଚନ୍ଦାପଣ ଭଳି ସମସ୍ୟା ଦେଖାଯାଉଛି। ତେବେ ଏହି ସମସ୍ୟାରୁ ମୁକ୍ତି ପାଇବା ଲାଗି କିଛି ଘରୋଇ ଉପଚାର ଆପଣାନ୍ତୁ ।

-ପିଆଜ ରସ: ପିଆଜ ରସ କେଶ ଲାଗି ଉପକାରୀ। ଗୋଟିଏ କିମ୍ବା ଦୁଇଟି ପିଆଜ ପେଷ୍ଟ କରି ସେଥିରୁ ବାହାରି ଥିବା ରସକୁ ମୁଣ୍ଡରେ ଲଗାନ୍ତୁ। ଏହାକୁ ଲଗାଇବାର ୨ ଘଣ୍ଟା ପରେ କେଶ ଧୋଇ ଦିଅନ୍ତୁ। ୨ କିମ୍ବା ୩ ସପ୍ତାହ ଏଭଳି ଲଗାଇବା ପରେ କେଶ ଝଡ଼ିବା କମ୍‌ ହେବା ଲକ୍ଷ୍ୟ କରିବେ।

-ଗ୍ରୀନ୍‌ ଟି: ଏଥିରେ ଆଣ୍ଟି ଅକ୍ସିଡାଣ୍ଟର ମାତ୍ରା ଅଧିକ ରହିଥାଏ । ଏହା କେଶ ଝଡ଼ିବାକୁ ରୋକିଥାଏ। ପ୍ରଥମେ ଗ୍ରୀନ୍‌ ଟିକୁ ପାଣିରେ ମିଶାଇ କେଶରେ ଲଗାନ୍ତୁ। ଲଗାଇବାର ୧ ଘଣ୍ଟା ପରେ କେଶ ଧୁଅନ୍ତୁ। ଦେଖିବେ କେଶ ଝଡ଼ିବା ସମସ୍ୟା ଦୂର ହେବ।

-ତେଲ ମାଲିସ: ଅନେକ ସମୟରେ କେଶରେ ତେଲ ମାଲିସ କରିବା ଫଳରେ ଏହି ସମସ୍ୟା ଦୂର ହୋଇଥାଏ। ନଡ଼ିଆ, ଅଲିଭ ଆଦି ତେଲ ମୁଣ୍ଡରେ ମାଲିସ କରନ୍ତୁ। ମାଲିସ ପୂର୍ବରୁ ଏହାକୁ ଅଳ୍ପ ଗରମ କରିବା ଲାଭ ହୋଇଥାଏ।

-ନିମ, ଘିକୁଆଁରୀ: ଏହାର ମିଶ୍ରଣ କେଶରେ ଲଗାଇବା ଫଳରେ କେବଳ କେଶ ଝଡ଼ିବା ସମସ୍ୟା ଦୂର ହୋଇ ନ ଥାଏ ବରଂ ଦୋମୁହଁା କେଶ ଭଳି ସମସ୍ୟା ଦୂର କରେ।