କେସିଆଇର ଅଲ୍‌ ବ୍ରିଡ୍‌ ଜଜ୍‌ ଭାବେ ଓଡ଼ିଶାର ସଞ୍ଜିତ କୁମାର ମନୋନୀତ

ଭୁବନେଶ୍ୱର,୨୦।୪(ବ୍ୟୁରୋ): କେନେଲ କ୍ଲବ ଅଫ୍‌ ଇଣ୍ଡିଆ(କେସିଆଇ)ର ଅଲ୍‌ ବ୍ରିଡ୍‌ ଜଜ୍‌ ଭାବେ ଓଡ଼ିଶାର ସଞ୍ଜିତ କୁମାର ମହାନ୍ତି ମନୋନୀତ ହୋଇଛନ୍ତି। ସେ ପ୍ରଥମ ଓଡ଼ିଆ ଭାବେ କେସିଆଇର ଅଲ୍‌ ବ୍ରିଡ୍‌ ଜଜ୍‌ ହୋଇଛନ୍ତି। ଅନ୍ତଃରାଷ୍ଟ୍ରୀୟ ଜଜ୍‌ ସଞ୍ଜିତ ଜର୍ମାନ ସେଫର୍ଡ ଡଗ୍‌ ସ୍ପେଶାଲିଟି ଜଜ୍‌ ଭାବେ ପରିଚିତ। ସେ ଜର୍ମାନ ସେଫର୍ଡ ଡଗ୍‌ କନ୍‌ଫେଡେରେଶନ(ଇଣ୍ଡିଆ)ର ସଭାପତି ଅଛନ୍ତି। ପୂର୍ବରୁ କେସିଆଇର କେବଳ ଜର୍ମାନ ସେଫର୍ଡ ଜଜ୍‌ ଥିଲେ। କିନ୍ତୁ ବର୍ତ୍ତମାନ ତାଙ୍କୁ ଅଲ୍‌ ବ୍ରିଡ୍‌ ଜଜ୍‌ ଭାବେ ଚୟନ କରାଯାଇଛି। ଭାରତ ଛଡ଼ା ବିଭିନ୍ନ ଜାଗାରେ ଜର୍ମାନ ସେଫର୍ଡ ଜଜ୍‌ ଭାବେ କାର୍ଯ୍ୟ କରିଛନ୍ତି। ବର୍ତ୍ତମାନ ସେ ଟରଣ୍ଟୋରେ ରହୁଛନ୍ତି। ସଞ୍ଜିତ ଓଡ଼ିଶା କେନେଲ କ୍ଲବ(ଓକେସି)ର ମଧ୍ୟ ୧୫ରୁ ଊର୍ଦ୍ଧ୍ୱ ବର୍ଷ ହେବ ସଦସ୍ୟ ରହିଛନ୍ତି। କେସିଆଇର ଅଲ୍‌ ବ୍ରିଡ୍‌ ଜଜ୍‌ ଭାବେ ଚୟନ ହେବା ପରେ ଓକେସି ପକ୍ଷରୁ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି।

Share