Categories: ଜାତୀୟ

କେସିଆର୍‌ଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୧୭।୨: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ୬୬ତମ ଜନ୍ମଦିବସ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟ୍‌ କରି ମୋଦି କେସିଆର୍‌ଙ୍କ ସୁସ୍ଥ ଓ ଦୀର୍ଘ ଜୀବନ କାମନା କରିଛନ୍ତି। ଏହି ଅବସରରେ ତେଲେଙ୍ଗାନା ରାଷ୍ଟ୍ରୀୟ ସମିତି(ଟିଆର୍‌ଏସ୍‌)ର ବହୁ ନେତା କେସିଆର୍‌ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଦଳୀୟ କର୍ମୀ ଓ ନେତାମାନେ ବୃକ୍ଷରୋପଣ କରିବା ସହ ରକ୍ତଦାନ କରିଛନ୍ତି ଏହାସହ ପୁସ୍ତକ ଓ ବସ୍ତ୍ର ମଧ୍ୟ ଦାନ କରିଛନ୍ତି।

Share