କେସିଙ୍ଗା,୪।୭(ଡି.ଏନ.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବିଭିନ୍ନ ଗ୍ରାମରେ ରଥଯାତ୍ରା ଗୁରୁବାର ଶାନ୍ତିଶୃଙ୍ଖଳାର ସହିତ ପାଳିତ ହୋଇଯାଇଛି। ସହରରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରରେ ବଳଭଦ୍ର, ଶୁଭଦ୍ରା ଓ ଶ୍ରୀଜଗନ୍ନାଥଙ୍କ ନୀତିକାନ୍ତ ଶେଷ ହେବା ପରେ ଠିକ ସମୟରେ ତିନି ରଥକୁ ଭକ୍ତମାନଙ୍କ ଦ୍ୱାରା ଟାଣି ସହର ମଧ୍ୟରେ ଥିବା ହରଗୌରୀ ମନ୍ଦିରକୁ ନିଆଯାଇଥିଲା । ଶାନ୍ତିଶୃଙ୍ଖଳା ପାଇଁ କେସିଙ୍ଗା ପୋଲିସ ମୁତୟନ କରାଯାଇଥିଲା । ସେହିପରି କେସିଙ୍ଗା ବ୍ଲକର ବାଲସି, ମଶାଣିବନ୍ଧ, କାଣ୍ଡେଲ, ଉତ୍କେଳା, କଶୃପଡା, ତୁର୍ଲାଖମନ ପ୍ରଭୃତି ଗ୍ରାମରେ ପବିତ୍ର ରଥଟଣା ଶାନ୍ତିଶୃଙ୍ଖଳା ଭାବେ ସମ୍ପନ୍ନ ହୋଇଛି ।