କେସିଙ୍ଗା ରେଳ ଫାଟକ ଅଣ୍ଡର ବ୍ରିଜ ନିର୍ମାଣ ଦାବି: ୩ୟ ଦିନରେ ଧାରଣା

କେସିଙ୍ଗା,୨୪।୧: କଳାହାଣ୍ଡି ଜିଲା କେସିଙ୍ଗା ସହର ନିକଟରେ ଥିବା ରେଳ ଫାଟକରେ ଅଣ୍ଡର ବ୍ରିଜ ନିର୍ମାଣ ଦାବିକୁ ନେଇ ଚାଲୁଥିବା ଗଣଧାରଣା ଶୁକ୍ରବାର ୩ୟ ଦିନରେ ପହଞ୍ଚିଛି। ଶୁକ୍ରବାର କେସିଙ୍ଗା ବ୍ଲକର ବିଭିନ୍ନ ପଞ୍ଚାୟତ ଲୋକେ ଏହି ଗଣଧାରଣାରେ ସାମିଲ ହୋଇଛନ୍ତି। ଜିଲାର ବିଭିନ୍ନ ଦଳର ରାଜନେତାମାନେ ଏହାକୁ ସମର୍ଥନ କରୁଥିବା ଜଣାପଡ଼ିଛି। ଏଥିରେ ସୁରେଶ ରାଓ,ପୂର୍ବତନ ଏନ୍‌ଏସି ଚେୟାରମ୍ୟାନ ରାମଜି ମାଡଖଣ୍ଡିଆ, ସୁରେଶ ମହାନନ୍ଦ, ପୂର୍ବତନ କାଉନସିଲର ମହେନ୍ଦ୍ର ନାଏକ ପ୍ରମୁଖ ଯୋଗ ଦେଇଥିଲେ।
ସୂଚନାଯୋଗ୍ୟ, ଗୁରୁବାର କେସିଙ୍ଗା ରେଳ କ୍ରିୟାନୁଷ୍ଠାନ କମିଟିର ସଭାପତି ଦେବେନ୍ଦ୍ର ଭୁଜବଙ୍କ ନେତୃତ୍ୱରେ କଳାହାଣ୍ଡି ଜିଲାପାଲଙ୍କୁ ନିକଟରେ ଉକ୍ତ କମିଟିର ସଦସ୍ୟ ସାକ୍ଷାତ କରି ଏକ ଦାବିପତ୍ର ଦେଇଥିଲେ।

Share