କେସିଙ୍ଗା ସମନ୍ବିତ ଶିଶୁ ବିକାଶ ଯୋଜନା :ପ୍ରଶାସନ ଉପସ୍ଥିତିରେ ଛତୁଆ ବଣ୍ଟନ

କେସିଙ୍ଗା,୨।୯(ଡି.ଏନ.ଏ.)
ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ପ୍ରତ୍ୟେକ ମାସର ୧ ତାରିଖରେ ଛତୁଆ ବଣ୍ଟନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଜିଲାପାଳ ସମଗ୍ର ଜିଲାର ୧୩ଟି ବ୍ଲକରେ ପ୍ରଶାସନିକମାନଙ୍କୁ ନିୟୋଜିତ କରାଇ ରବିବାର ୧ ତାରିଖରେ ବଣ୍ଟନ କରାଯାଇଛି । କେସିଙ୍ଗା ବ୍ଲକର କାଣ୍ଡେଲ ସେକ୍ଟର ପାଇଁ କେସିଙ୍ଗା ବିଡିଓ ଭୀମସେନ ଶବର, ନୁନ୍‌ମାଠ ଓ ତୁଣ୍ଡଳା ସେକ୍ଟରେ ତହସିଲଦାର ଗଣ୍ଡାରାମ ଖମାରୀ, କେସିଙ୍ଗା ଏନଏସି ଏବଂ କେସିଙ୍ଗା ପାଇଁ ସିଡିପିଓ ମୁଜିବୁନୀ ନିଶାଙ୍କୁ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଛତୁଆ ବଣ୍ଟନ କାର୍ଯ୍ୟକ୍ରମରେ ନିୟୋଜିତ କରାଯାଇଛି । କେସିଙ୍ଗା ବ୍ଲକର ୧୯୫ଟି ଅଙ୍ଗନୱାଡି କେନ୍ଦ୍ରରେ ଛତୁଆ ବଣ୍ଟନ କରାଯାଇଥିବା ସିଡିପିଓଙ୍କଠାରୁ ପ୍ରକାଶ । ଗର୍ଭବତୀ, ପ୍ରସୂତୀ, ବିଭିନ୍ନ ବର୍ଗର ହିତାଧିକାରୀମାନଙ୍କୁ ଛତୁଆ ବଣ୍ଟନ କରାଯାଇଛି ।