କୋଇଲା ଅଭାବ: ଟିଟିପିଏସ୍‌ର ୩ଟି ୟୁନିଟ୍‌ ବନ୍ଦ

ତାଳଚେର,୧୬ା୯(ନି.ପ୍ର.): କୋଇଲା ଅଭାବରୁ ଏନ୍‌ଟିପିସି ପରିଚାଳନାଧୀନ ତାଳଚେର ଥର୍ମାଲ (ଟିଟିପିଏସ୍‌)ର ୩ଗୋଟି ୟୁନିଟ ରବିବାର ସନ୍ଧ୍ୟାରୁ ବନ୍ଦ ହୋଇଛି। ଫଳରେ ଉକ୍ତ ବିଦ୍ୟୁତ ପ୍ରକଳ୍ପରୁ ବିଦ୍ୟୁତ ଉପତ୍ାଦନ ହ୍ରାସ ପାଇଛି । ଆବଶ୍ୟକ ପରିମାଣର କୋଇଲା ନ ମିଳିଲେ ଆଉ ଅଧିକ ୟୁନିଟ ବନ୍ଦ ହେବାର ଆଶଙ୍କା ଦେଖାଦେଇଛି। କୋଇଲା ସଙ୍କଟ ଯୋଗୁ ପରିସ୍ଥିତି ସଙ୍ଗିନ ହୋଇ ପଡ଼ିଥିବା ବେଳେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ମୁଣ୍ଡବ୍ୟଥାର କାରଣ ସାଜିଲାଣି । ଏମ୍‌ସିଏଲ୍‌ ତାଳଚେରସ୍ଥିତ ଜଗନ୍ନାଥ ଖୋଲାମୁହଁା କୋଇଲାଖଣିରେ ଏବେ ଉପତ୍ାଦନ ହ୍ରାସ ଯୋଗୁ ତାଳଚେର ଥର୍ମାଲ ତାପଜ ବିଦ୍ୟୁତ୍‌ କେନ୍ଦ୍ରକୁ କୋଇଲା ଯୋଗାଣ ବାଧାପ୍ରାପ୍ତ ହେଉଛି ।
ଟିଟିପିଏସ୍‌ରେ ୪୬୦ ମେଗାୱାଟ ବିଶିଷ୍ଟ ପ୍ରକଳ୍ପରେ ୬ ଗୋଟି ୟୁନିଟ୍‌ ରହିଛି । ଏହା ଚାଲିବା ପାଇଁ ଦୈନିକ ୯ହଜାର ମେଟ୍ରିକ ଟନ୍‌ କୋଇଲା ଆବଶ୍ୟକ। କିନ୍ତୁ ଏଠାରେ ମଧ୍ୟ କୋଇଲା ନାହିଁ । ସୋମବାରଠାରୁ ୧, ୩ ଓ ୫ ନମ୍ବର ୟୁନିଟକୁ ବନ୍ଦ କରିଦିଆଯାଇଛି । ଆଉ ମାତ୍ର ୩ଟି ୟୁନିଟ୍‌ରୁ ବିଦ୍ୟୁତ୍‌ ଉପତ୍ାଦନ ହେଉଛି। ଏଠାରୁ ଉତ୍ପାଦିନ ବିଦ୍ୟୁତର ସିଂହଭାଗ ଓଡିଶାକୁ ମିଳିଥାଏ। ଏମ୍‌ସିଏଲ୍‌ ଜଗନ୍ନାଥ କୋଇଲାଖଣିରୁ ଦୈନିକ ୬ହଜାର ମେଟ୍ରିକ ଟନ୍‌ କୋଇଲା ଟିଟିପିଏସ୍‌କୁ ଯୋଗାଣ ହୋଇଥାଏ। ତେବେ ବର୍ତ୍ତମାନ ଜଗନ୍ନାଥ ଓସିପିରେ କୋଇଲା ଖନନ ନିମନ୍ତେ ଆବଶ୍ୟକୀୟ ଜାଗା ଉପଲବ୍ଧ ନ ଥିବାରୁ ଖଣିରୁ ଏବେ ଦୈନିକ ମାତ୍ର ୩ ହଜାରରୁ ସାଢ଼େ ୩ହଜାର ମେଟ୍ରିକ ଟନ୍‌ କୋଇଲା ଉପତ୍ାଦନ ହେଉଛି। ଜମି ଅଭାବରୁ ଆଗାମୀ କିଛି ଦିନ ମଧ୍ୟରେ ଖଣିରୁ ଉପତ୍ାଦନ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବାର ଆଶଙ୍କା ସୃଷ୍ଟି ହୋଇଛି। ଖଣିର ଓବି କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ ହୋଇଛି। ଗତ ଶୁକ୍ରବାର ଖଣିରୁ ୨୪ଶହ ଟନ୍‌ କୋଇଲା ଉପତ୍ାଦନ ହୋଇଥିବା ବେଳେ ଷ୍ଟକ ୟାର୍ଡ଼ରେ କୋଇଲା ନାହିଁ। ଏବେ ଦୈନିକ ୩ହଜାର ଟନ୍‌ କୋଇଲା ଟିଟିପିଏସ୍‌କୁ ଯୋଗାଣ ସମ୍ଭବ ହୋଇପାରୁଛି। ଜଗନ୍ନାଥ ଖଣି ପାଇଁ ରାକସ ଗ୍ରାମକୁ ଅଧିଗ୍ରହଣ କରାଯାଇ ସମସ୍ତ କ୍ଷତିପୂରଣ ପ୍ରଦାନ ସହ ନାତିଡ଼ିଠାରେ ଗ୍ରାମବାସୀଙ୍କୁ ଥଇଥାନ ବ୍ୟବସ୍ଥା କରାଯାଇଛି। କିନ୍ତୁ ଗ୍ରାମବାସୀ ଜାଗା ଉପରେ ନାଲି ପତାକାମାରି ଜାଗା ଛାଡ଼ୁନାହାନ୍ତି। ଫଳରେ ଖଣି କାର୍ଯ୍ୟ ଆଗେଇପାରୁ ନାହିଁ । ଆବଶ୍ୟକ ପରିମାଣର କୋଇଲା ମିଳୁ ନାହିଁ ଏବଂ ଷ୍ଟକ୍‌ ୟାର୍ଡ଼ରେ କୋଇଲା କମ୍‌ ରହିଥିବାରୁ ୩ଗୋଟି ୟୁନିଟ ବନ୍ଦ କରାଯାଇଛି ବୋଲି ଟିଟିପିଏସ୍‌ର ଜନୈକ ଅଧିକାରୀ ପ୍ରକାଶ କରିଛନ୍ତି । ଏ ସମ୍ପର୍କରେ ଜଗନ୍ନାଥ କୋଇଲା ଖଣିର ପ୍ରକଳ୍ପ ଅଧିକାରୀ ଏସ୍‌.କେ. ଚୌଧୁରୀ କୁହନ୍ତି, ଜମି ଅଭାବରୁ ଏବେ ଦିନକୁ ୩ ହଜାରରୁ ସାଢ଼େ ୩ହଜାର ମେଟ୍ରିକ ଟନ୍‌ କୋଇଲା ଉପାତ୍ଦନ ହେଉଛି । ଏହାକୁ ଟିଟିପିଏସ୍‌କୁ ଯୋଗାଇ ଦିଆଯାଉଛି।