Categories: ଜାତୀୟ

କୋଇଲା ଆମଦାନୀ କମାଇବ ଭାରତ: ଖଣି ନିଲାମ ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଲୀ, ୧୮।୬: ଶକ୍ତି କ୍ଷେତ୍ରରେ ଦେଶକୁ ଆତ୍ମନିର୍ଭର କରାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରିଛନ୍ତି। ସରକାର ୪୧ଟି କୋଇଲା ଖଣିର ନିଲାମ ପ୍ରକ୍ରିୟା ଆରମ୍ଭ ସମ୍ପର୍କରେ ଗୁରୁବାର ଘୋଷଣା କରିଛନ୍ତି। ଏହାଦ୍ୱାରା ବିଦେଶରୁ କୋଇଲା ଆମଦାନୀ କମି ପାରିବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ,ଇଛାଶକ୍ତି ଏବଂ ଆତ୍ମବିଶ୍ୱାସ ଥିଲେ ଆମେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିପାରିବା। ଆତ୍ମନିର୍ଭର ଭାରତ ଗଠନ ଦ୍ୱାରା ଦେଶର ବିକାଶ ସମ୍ଭବ ହୋଇପାରିବ ବୋଲି ସେ କହିଛନ୍ତି।

Share