ତାଳଚେର,୨୫।୯(ନି.ପ୍ର.): ଅନୁଗୋଳ ଜିଲା ତାଳଚେରରେ କୋଇଲା ଉଦ୍ୟୋଗରେ ଶତ ପ୍ରତିଶତ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ ପ୍ରତ୍ୟାହାର ଦାବିରେ ଭାରତୀୟ ମଜଦୁର ସଙ୍ଘ ପକ୍ଷରୁ ୩ ଦିନ ଲାଗି ଖଣିବନ୍ଦ ଆନ୍ଦୋଳନ ଜାରି ରହିଥିଲା। ଏ ନେଇ କୋଲ୍ ଫିଲ୍ଡସ୍ରେ ଥିବା କୋଇଲା ଖଣିରୁ କୋଇଲା ପରିବହନ ଉତ୍ତୋଳନ ବନ୍ଦ ରହିଥିବା ବେଳେ ବୁଧବାର ପୋଲିସ ୬୬ ଜଣ ଆନ୍ଦୋଳନକାରୀଙ୍କୁ ବେଡା ମଙ୍ଗଳମ କ୍ଲବରେ ଅଟକ ରଖିଛି। ପରେ ଖଣି କାର୍ଯ୍ୟ ସ୍ବାଭାବିକ ହୋଇଥିବା ଜଣାପଡ଼ିଛି।