Categories: ରାଜ୍ୟ

କୋଇଲା ଖଣିରେ ଶ୍ରମିକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା: କ୍ଷତିପୂରଣ ଦାବିରେ ଆନ୍ଦୋଳନ

ତାଳଚେର,୨୮।୫(ନି.ପ୍ର.): ଅନୁଗୋଳ ଜିଲା ତାଳଚେର ସ୍ଥିତ ଏମ୍‌ସିଏଲ ବଳରାମ କୋଇଲା ଖଣିରେ ସୋମବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟି ଜଣେ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ କଳମଛୁଇଁ ଗ୍ରାମର କୈଳାସ ଚନ୍ଦ୍ର ମହାରଣା (୫୮)।
ସୂଚନାଯୋଗ୍ୟ, ବିଳମ୍ବିିତ ରାତିରେ କୈଳାସଙ୍କୁ ଖଣି କାର୍ଯ୍ୟରେ ନିଯୋଜିତ ଏକ ହାଇଓ୍ବା ଧକ୍କା ଦେଇଥିଲା। ଏଥିରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।
ଏ ନେଇ ପରିବାର ସଦସ୍ୟଙ୍କୁ ନିଯୁକ୍ତି, କ୍ଷତିପୂରଣ ଦାବିରେ ଗ୍ରାମବାସୀ ଖଣି ବନ୍ଦ ଆନ୍ଦୋଳନ ଚଳାଇଛନ୍ତି। ଫଳରେ ଖଣି କାର୍ଯ୍ୟ ସହ କୋଇଲା ପରିବହନ,ଉତ୍ତୋଳନ ବନ୍ଦ ରହିଛି । ଘଟଣାସ୍ଥଳରେ ଗୋପାଳ ପ୍ରସାଦ ଫାଣ୍ଡି ଅଧିକାରୀ ଓ ଅନ୍ୟମାନେ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଛନ୍ତି।

Share