କୋଇଲା ବୋଝେଇ ଗାଡ଼ି ଜବତ: ଚାଳକ ଫେରାର

ପଦ୍ମପୁର, ୨୯।୫(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ନାୟକ ନିଦିହି ପୋଲିସ ଶୁକ୍ରବାର ଏକ ଚୋରା କୋଇଲା ବୋଝେଇ ପିକ୍‌ଅପ ଗାଡ଼ି ଜବତ କରିଛି। ଗାଡିଟି କୋର ବାଟିଆରୁ ବିରସ ଅଭିମୁଖେ ଯାଉଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡିକୁ ଜବତ କରିଥିବା ବେଳେ ଚାଳକ ଫେରାର ହୋଇଯାଇଛନ୍ତି। ଏ ନେଇ ଥାନାରେ ଏକ ମାମଲା (ନଂ. ୪୯/୨୦) ରୁଜୁ ହୋଇଛି।