କୋଇଲା ବୋଝେଇ ଟ୍ରେନ୍‌ରେ ନିଆଁ

ରାୟଗଡ଼ା ଅଫିସ, ୩୧।୭ (ଡି.ଏନ୍‌.ଏ.): ରାୟଗଡ଼ା ରେଳ ଷ୍ଟେଶନର ୭ ନଂ. ପ୍ଲାଟଫର୍ମରେ ଠିଆ ହୋଇଥିବା ଏକ କୋଇଲା ବୋଝେଇ ଟ୍ରେନ୍‌ରେ ବୁଧବାର ଘଟିଛି ଅଗ୍ନିକାଣ୍ଡ। ନିଆଁ ଲାଗିବା ଦେଖି ରେଳ ବିଭାଗ ତୁରନ୍ତ ଦମକଳ ବାହିନୀକୁ ଖବର ଦେଇଥିଲେ। ଦମକଳ ବାହିନୀ ସେଠାରେ ପହଞ୍ଚତ୍ ନିଆଁକୁ ଆୟତ୍ତ କରିଥିଲା। ଅଗ୍ନିକାଣ୍ଡର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନି। ପ୍ରକାଶ ଯେ, ୨୦ ଦିନ ହେବ ବିଶାଖାପାଟଣାରୁ କୋଇଲା ବୋଝେଇ ୨୨ଟି ଓ୍ବାଗନ ବିଶିଷ୍ଟ ଟ୍ରେନ୍‌ ରାୟଗଡ଼ା ଷ୍ଟେଶନରେ ରହିଛି। ବୁଧବାର ହଠାତ୍‌ ଏଥିରେ ନିଆଁ ଲାଗି ଯାଇଥିଲା। କେଉଁ କାରଣରୁ ଅଗ୍ନିକାଣ୍ଡି ଘଟିଛି ତାହା ଜଣାପଡିନାହିଁ। ତେବେ ସୌଭାଗ୍ୟବଶତଃ ନିଆଁ ବ୍ୟାପିବା ଆଗରୁ ତାକୁ ଆୟତ୍ତ କରାଯାଇଥିଲା। ନିଆଁକୁ ଆୟତ୍ତ କରାଯିବା ପରେ ରେଳ ବିଭାଗର ବିଶାଖାପାଟଣା ଡିଭିଜନକୁ ସୂଚନା ଦିଆଯାଇଛି।

Share