କୋଇଲା ବୋଝେଇ ଟ୍ରେନ୍‌ରେ ଲାଗିଲା ନିଆଁ

ସରଣ୍ଡା,୨୩।୧୧(ଡି.ଏନ୍‌.ଏ.): ସମ୍ବଲପୁର-ବଲାଙ୍ଗୀର ରେଳପଥର ବରଗଡ଼ ଜିଲା ଗୋଡ଼ଭାଗା ଷ୍ଟେଶନରେ ଶନିବାର ଏକ କୋଇଲା ବୋଝେଇ ମାଲବାହୀ ଟ୍ରେନ୍‌ ବଗିରେ ନିଆଁ ଲାଗିଯାଇଛି। ସମ୍ବଲପୁର ଡିଭିଜନ୍‌ରୁ ବିଜୟଓ୍ବାଡା ଯାଉଥିବା ଏହି ଟ୍ରେନ୍‌ରେ ନିଆଁ ଲାଗିଥିବା ଖବର ପାଇ ଗୋଡ଼ଭାଗା ଷ୍ଟେଶନ ମାଷ୍ଟର ଆଶିଷ ବିଶ୍ୱାଳ ଏହାକୁ ଅଟକାଇ ବୁର୍ଲା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ତେବେ ବିଦ୍ୟୁତ ସଂଯୋଗ କଟାଯାଇ ପାରି ନ ଥିବାରୁ ୩ ଘଣ୍ଟା ପରେ ଉଚ୍ଚ କର୍ତ୍ତୃପକ୍ଷ ପହଞ୍ଚି କରେଣ୍ଟ ବିଚ୍ଛିନ୍ନ କରିବା ପରେ ନିଆଁକୁ ଆୟତ୍ତ କରାଯାଇଥିବା ସୂଚନା ମିଳିଛି।

Share