ଝାରସୁଗୁଡ଼ା ଅଫିସ /ଲଖନପୁର,୧୮।୯(ଡି.ଏନ୍.ଏ): ଝାରସୁଗୁଡ଼ା ଜିଲା ଲହଣ୍ଡାବୁଡ଼ ଲେଭଲ କ୍ରସିଂ ନିକଟରେ ବେଦାନ୍ତ କମ୍ପାନୀର ଏକ ମାଲବାହୀ ଟ୍ରେନ୍ ବୁଧବାର ସକାଳେ ଲାଇନଚ୍ୟୁତ ହୋଇଛି। ଟ୍ରେନ୍ଟି ସୁନ୍ଦରଗଡ଼ ବସୁନ୍ଧରା କୋଇଲା ଖଣିରୁ କୋଇଲା ବୋଝେଇ କରି ଝାରସୁଗୁଡ଼ା ଯାଉଥିବା ବେଳେ ୩ଟି ବଗି ଲାଇନ୍ଚ୍ୟୁତ ହୋଇଥିବା ଜଣାପଡ଼ିଛି। ଟ୍ରେନ୍ଟି ରାସ୍ତାରେ ଅଟକି ରହିଥିବା ଯୋଗୁ ବେଦାନ୍ତ ପ୍ରକଳ୍ପକୁ କୋଇଲା ପରିବହନରେ ବାଧାପ୍ରାପ୍ତ ହୋଇଛି।