Advertisement

କୋକେନ୍‌ ପାଇଁ ମଝି ଆକଶରେ ମୃତ୍ୟୁ

ମେକ୍ସିକୋ ସିଟି,୨୮।୫: ଜାପାନର ଜଣେ ୪୨ ବର୍ଷୀୟ ଯୁବକ ପାକସ୍ଥଳୀ ଓ ଖାଦ୍ୟନଳୀର ତଳଭାଗରେ ୨୪୬ ପ୍ୟାକେଟ କୋକେନ୍‌ ନେଇ ବିମାନ ଯାତ୍ରା କରୁଥିବା ବେଳେ ମଝି ଆକାଶରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଉକ୍ତ ବିମାନଟି ବୋଗୋଟାରୁ ଟୋକିଓ ଯାତ୍ରା କରୁଥିବା ବେଳେ ଉଡୋ ଏନ୍‌ ନାମକ ଯୁବକ ଶରୀରରେ ଯନ୍ତ୍ରଣା ଅନୁଭବ କରିଥିଲେ। ଫଳରେ ବିମାନଟିର ଜରୁରୀ ଅବତରଣ କରାଯାଇଥିଲା। ତେବେ ବିମାନଟି ଅବତରଣ କରିବା ପରେ ଡାକ୍ତରି ଟିମ୍‌ ତାଙ୍କୁ ଚିକିତ୍ସା କରିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା। ଏହାସହ ତାଙ୍କ ପାକସ୍ଥଳୀ ଓ ଖାଦ୍ୟନଳୀର ତଳଭାଗରୁ ପାଖାପାଖି ୨.୫ ସେଣ୍ଟିମିଟର ଲମ୍ବର ୨୪୬ ପ୍ୟାକେଟ୍‌ କୋକେନ୍‌ ବାହାରି ଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel