କୋଚିଂ ସେଣ୍ଟରରେ ଅଗ୍ନିଶମ ବିଭାଗର ଚଢ଼ାଉ

ବାଲେଶ୍ୱର ଅଫିସ,୧।୬: ବାଲେଶ୍ୱର ସହରରେ ଥିବା ବିଭିନ୍ନ କୋଚିଂ ସେଣ୍ଟରରେ ଶନିବାର ପୂର୍ବାହ୍ନରେ ଫାୟାର ସେଫ୍ଟି ଯାଞ୍ଚ ନେଇ ଅଗ୍ନିଶମ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ୧୦ରୁ ଅଧିକ ଟିମ୍‌ ବିଭିନ୍ନ ସ୍ଥାନରେ ଫାୟାର ସେଫ୍ଟି ନେଇ ତଦାରଖ କରିଛନ୍ତି। ଅପରପକ୍ଷରେ କୋଚିଂ ଓ କମ୍ପ୍ୟୁଟର ସେଣ୍ଟରର ମାଲିକମାନେ ଏଥିରେ ସହଯୋଗ ନକରି ସ୍ଥାନ ଛାଡି ପଳାଇଥିବା ଅଭିିଯୋଗ ହୋଇଛି। ଫଳରେ ଯାଞ୍ଚ ପାଇଁ ବିଭାଗୀୟ ଅଧିକାରୀଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି।

Share