Categories: ଖେଳ

କୋଚ୍‌ ପଦ ଛାଡିଲେ ମାରାଡୋନା

ବୁଏନ୍ସ ଆରିଜ୍‌,୨୦।୧୧ (ଏଏଫ୍‌ପି)- ଆର୍ଜେଣ୍ଟିନା କିମ୍ବଦନ୍ତୀ ଫୁଟବଲର ଡିଏଗୋ ମାରାଡୋନା ଆର୍ଜେଣ୍ଟିନାର ସୁପରଲିଗା ଦଳ ଜିମ୍‌ନାସିଆ କୋଚ୍‌ ପଦରୁ ଇସ୍ତଫା ଦେଇଛନ୍ତି। ନିଯୁକ୍ତ ହେବାର ୩ ମାସ ମଧ୍ୟରେ ସେ କୋଚ୍‌ ପଦ ଛାଡିଛନ୍ତି ବୋଲି କ୍ଲବ ଦରଫରୁ ଘୋଷଣା କରାଯାଇଛି। ୫୯ ବର୍ଷୀୟ ପୂର୍ବତନ ଆର୍ଜେଣ୍ଟିନା ଅଧିନାୟକ ମାରାଡୋନା ଗତ ସେପ୍ଟେମ୍ବରରେ ଜିମ୍‌ନାସିଆର କୋଚ୍‌ ଭାବେ ଦାୟିତ୍ୱ ସମ୍ଭାଳିଥିଲେ। ମ୍ୟାନେଜମେଣ୍ଟ ସହ ମତ ପାର୍ଥକ୍ୟ କାରଣରୁ ସେ ପଦ ଛାଡିଛନ୍ତି ବୋଲି କୁହାଯାଇଛି। ବିଦେଶରେ କୋଚ୍‌ ଭାବେ ଦୀର୍ଘ ଦିନ କାର୍ଯ୍ୟ କରିବା ପରେ ସେ ଅର୍ଜେଣ୍ଟିନାରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ। ତାଙ୍କ ତତ୍ତ୍ୱାବଧାନରେ ଜିମ୍‌ନାସିଆ ୮ଟି ମ୍ୟାଚ୍‌ରୁ ୩ଟିରେ ବିଜୟ ହାସଲ କରିଥିଲା। ପୂର୍ବରୁ ସେ ୯ ମାସ କାର୍ଯ୍ୟ କରିବା ପରେ ସ୍ବାସ୍ଥଗତ କାରଣ ଦର୍ଶାଇ ମେକ୍ସିକୋର ସେକେଣ୍ଡ ଡିଭିଜନ କ୍ଲବ ଡୋରାଡେସ କୋଚ୍‌ ପଦରୁ ଇସ୍ତଫା ଦେଇଥିଲେ। ପୂର୍ବତନ ବାର୍ସିଲୋନ ଓ ନାପୋଲି ଫରଓ୍ବାର୍ଡ ୧୯୮୬ ବିଶ୍ୱକପ୍‌ରେ ଆର୍ଜେଣ୍ଟିନାକୁ ଚାମ୍ପିୟନ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।

Share