କୋଟଗଡ଼ରେ ଗଣେଶ ପୂଜା

କୋଟଗଡ଼,୨।୯(ଡି.ଏନ୍‌.ଏ.): କନ୍ଧମାଳ ଜିଲା କୋଟଗଡ଼ ବଜାର, କୁମ୍ଭାରସାହି, ହାଇସ୍କୁଲ ଓ ଟାଉନ ଆଖପାଖରେ ଗଜାନନଙ୍କ ପୂଜା ଧୂମ୍‌ଧାମରେ ପାଳିତ ହେଉଛି। ମେଢ଼ଗୁଡ଼ିକରେ ଗଣେଶ ବିଭିନ୍ନ ରୂପରେ ବିରାଜମାନ କରିଛନ୍ତି। ସରକାରୀ ତଥା ବେସରକାରୀ ଶିକ୍ଷାନୁଷ୍ଠାନରେ ଛାତ୍ରୀଛାତ୍ର ଭକ୍ତି ସହକାରେ ଗଣପତିଙ୍କୁ ପୂଜାର୍ଚ୍ଚନା କରିଥିବାବେଳେ କୋଟଗଡ଼ ବଜାର ତଥା ଏହାର ଆଖପାଖ ଅଞ୍ଚଳ ଭଜନ ସଙ୍ଗୀତରେ କମ୍ପି ଉଠୁଛି।

Share