Categories: ରାଜ୍ୟ

କୋଟଗଡ଼ ଗ୍ରାମରେ ଖଟ ବୁଲିବା ଘଟଣା: ଗିରଫ ହେଲେ ଗୁଣିଆ

ନୟାଗଡ଼ ଅଫିସ,୨୭।୬: ନୟାଗଡ଼ ଜିଲା ରଣପୁର ଥାନା କୋଟଗଡ଼ ଗ୍ରାମରେ ଖଟ ବୁଲିବା ଘଟଣାରେ ବୁଧବାର ପୋଲିସ ସମ୍ପୃକ୍ତ ଗୁଣିଆଙ୍କୁ ଗିରଫ କରିଛି। ସେ ହେଲେ ଚାନ୍ଦପୁର ଥାନା ଗରଡ଼ାପଲ୍ଲୀ ଗ୍ରାମର ହରଷ ଗୁମାନ ସିଂ । ଯେ, ଗତ ୧ମାସ ତଳେ କୋଟଗଡ଼ ଗ୍ରାମର ଭାସ୍କର ଦୋରାଙ୍କ ଘରୁ ଚୋରି ହୋଇଥିଲା। ଏହି ଘଟଣାକୁ କେନ୍ଦ୍ର କରି ଗତ ୧୦ ତାରିଖରେ କୋଟଗଡ଼ ଗ୍ରାମରେ ଖଟ ବୁଲିଥିଲା। ଖଟଟି ଗୀତାଞ୍ଜଳି ଦୋରାଙ୍କ ଘରେ ଲାଗିଥିଲା। ପରେ ଗ୍ରାମବାସୀ ଓ ଭାସ୍କର ଗୀତାଞ୍ଜଳିଙ୍କୁ ସମସ୍ତ ଚୋରି ଟଙ୍କା ଦେବା ପାଇଁ କହିଥିଲେ। ହେଲେ ସେ ଚୋରି କରି ନ ଥିବା କହିଥିଲେ। ପରେ ଗୀତାଞ୍ଜଳି ଓ ତାଙ୍କ ପରିବାର ସଦସ୍ୟଙ୍କୁ ଭାସ୍କର ଓ ତାଙ୍କ ପରିବାର ଲୋକ ମାରପିଟ କରିବାରୁ ସେମାନେ ପାଲଟା ଆକ୍ରମଣ କରିଥିଲେ। ଫଳରେ ଉଭୟ ପକ୍ଷ ଲୋକେ ଆହତ ହୋଇଥିଲେ। ଏ ନେଇ ଉଭୟ ଗୀତାଞ୍ଜଳି ଓ ଭାସ୍କରଙ୍କ ପକ୍ଷରୁ ରଣପୁର ଥାନାରେ ପୃଥକ ଅଭିଯୋଗ ହୋଇଥିଲା। ପୋଲିସ ଦୁଇଟି ମାମଲା ରୁଜୁୁ କରି ଉଭୟ ପକ୍ଷରୁ ଜଣେ ଲେଖାଏ ବ୍ୟକ୍ତିଙ୍କୁ ଗିରଫ କରିଥିଲା। ହେଲେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଓ ଗୁଣିଆ ଫେରାର୍‌ ଥିଲେ। ବୁଧବାର ରଣପୁର ପୋଲିସ ଗୁଣିଆ ହରଷଙ୍କୁ ତାଙ୍କ ଗ୍ରାମରୁ ଗିରଫ କରି କୋର୍ଟ ଚାଲାଣ କରିଛି।

 

Share