କୋଟଗଡ଼ ବ୍ଲକରେ ବିଦ୍ୟୁତ୍‌, ଫୋନ ସେବା ବଚ୍ଛିନ୍ନ

କୋଟଗଡ଼, ୮।୮(ଡି.ଏନ୍‌.ଏ.): କନ୍ଧମାଳ ଜିଲା କୋଟଗଡ଼ ବ୍ଲକରେ ଲଗାଣ ବର୍ଷା ଯୋଗୁ ବିଗତ ୫ଦିନ ହେବ ବିଦ୍ୟୁତ୍‌ ଓ ଫୋନ ସେବା ବିଚ୍ଛିନ୍ନ ହୋଇପଡିଛି। ଫଳରେ ୧୫ ପଞ୍ଚାୟତ ଲୋକେ ଅନ୍ଧାରରେ ରାତି ବିତାଇବା ସହ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ବିଦ୍ୟୁତ୍‌ ଓ ଫୋନ ନ ଥିବା ଯୋଗୁ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ କାମ ଏକପ୍ରକାର ବାଧାପ୍ରାପ୍ତ ହେଉଛି।

Share