କୋଟପୁର ଗ୍ରାମରେ ବୃଦ୍ଧ ଦମ୍ପତିଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ଦଶରଥପୁର,୫।୯(ଡି.ଏନ୍‌.ଏ.): ଯାଜପୁର ଜିଲା ଦଶରଥପୁର ବ୍ଲକ ମଙ୍ଗଳପୁର ଥାନା ନିଜାମପୁର ପଞ୍ଚାୟତ କୋଟପୁର ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। କୌଣସି କାରଣକୁ ନେଇ ଗ୍ରାମର ଜଣେ ବୃଦ୍ଧ ଦମ୍ପତି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତକ ହେଲେ ଘନଶ୍ୟାମ ଖଟୁଆ(୭୦) ଓ ସ୍ତ୍ରୀ ତାରାମଣି ଖଟୁଆ(୬୫)।
ସୂଚନାନୁଯାୟୀ, ଘର ନିକଟସ୍ଥ ଡାହାଣଆଡ଼ିରେ ଥିବା ଏକ ବରଗଛରୁ ଝୁଲନ୍ତା ଅବସ୍ଥାରେ ତାରାମଣିଙ୍କୁ ଏବଂ ବିଷପାନ କରି ତଳେ ପଡ଼ି ଛଟପଟ ହେଉଥିବା ବେଳେ ଘନଶ୍ୟାମଙ୍କୁ ଗୁରୁତର ଅବସ୍ଥାରେ ଗ୍ରାମବାସୀ ଉଦ୍ଧାର କରିଥିଲେ। ତାଙ୍କୁ ପ୍ରଥମେ ମଙ୍ଗଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଯାଜପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ଖବର ପାଇ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଦୁଇଟି ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛିି।

Share