କୋଟାରୁ ଆସିଥିବା ପିଲାଙ୍କୁ ଯାଞ୍ଚ ପରେ ପଠାଗଲା କ୍ୱାରାଣ୍ଟାଇନ୍‌ରେ

ଶାହଜହାଁପୁର,୨୩।୪: ଉତ୍ତରପ୍ରଦେଶରେ ରାଜସ୍ଥାନ କୋଟାରୁ ଫେରିଥିବା ସମସ୍ତ ପିଲାଙ୍କ ରାପିଡ୍‌ ଟେଷ୍ଟ କରାଯାଇ ୧୪ ଦିନ ପାଇଁ କ୍ୱାରାଣ୍ଟାଇନ୍‌ରେ ପଠାଯାଇଛି। କୋଟାରୁ ଉତ୍ତରପ୍ରଦେଶର ସହାରାନପୁରକୁ ଆସିଥିବା ୯୩ ପିଲାଙ୍କ ସମେତ ୧୨୦ ଜଣଙ୍କୁ ଘରେ ପୃଥକ ରଖାଯିବା ସହ ପ୍ରଶାସନ ପକ୍ଷରୁ ସେମାନଙ୍କ ଘରେ ଏକ ନୋଟିସ ଲଗାଯାଇଛି। କାରଣ ସେମାନଙ୍କ ନିକଟରେ ଏପର୍ଯ୍ୟନ୍ତ କରୋନାର କୌଣସି ଲକ୍ଷଣ ଦେଖାଯାଇ ନ ଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ଏହି ନୋଟିସ ଲଗାଯାଇଥିବା ଜଣାପଡ଼ିଛି। ଏହାଦ୍ୱାରା ପରିବାର କୌଣସି ସଦସ୍ୟ କାହା ସହ ମିଳାମିଶା କରିପାରିବେ ନାହିଁ କି ବାହାରର କୌଣସି ବ୍ୟକ୍ତି ତାଙ୍କ ଘରକୁ ଯାଇପାରିବେ ନାହିଁ। ଏନେଇ ଜିଲାଧିକାରୀ ଇନ୍ଦ୍ର ବିକ୍ରମ ସିଂହ ସୂଚନା ଦେଇଛନ୍ତି। ଏଥିସହ ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍‌ ଲାଗାତର ତାଙ୍କ ଘରକୁ ଯାଇ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ନେବା ସହ ସେମାନଙ୍କର ଉପରେ ନଜର ରଖାଯାଇଛି ବୋଲି ଜିଲାଧିକାରୀ କହିଛନ୍ତି।

Share