କୋଟାରୁ ଆସିଲେ ୨୬ ପ୍ରବାସୀ ଓଡ଼ିଆ, ୬ଟି ବସ୍‌ ଯୋଗେ ଝାରଖଣ୍ଡ ଯିବେ ୧୪୨ ଜଣ

ଭଦ୍ରକ ଅଫିସ, ୪।୫: ରାଜସ୍ଥାନର କୋଟାରେ ଫସିଥିବା ଛାତ୍ରଛାତ୍ରୀ ସୋମବାର ଭଦ୍ରକ ଜିଲାରେ ପହଞ୍ଚିଛନ୍ତି। ଫେରିଛନ୍ତି। ସେଠାରେ ଫସିଥିବା ଜିଲାର ୨୧ ଛାତ୍ରଛାତ୍ରୀ ଓ ୫ ଅଭିଭାବକ ଏକ ସ୍ବତନ୍ତ୍ର ବସ୍‌ ଯୋଗେ ଭଦ୍ରକରେ ପହଞ୍ଚିଛନ୍ତି। ବିଜୁ ପଟ୍ଟନାୟକ କଲ୍ୟାଣମଣ୍ଡପ ଠାରେ ସେମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। ପରେ ସେମାନେ କ୍ୱାରାଣ୍ଟାଇନରେ ରହିବେ।
ସେହିପରି ଝାରଖଣ୍ଡରୁ ୬ଟି ବସ୍‌ ଆସି ଭଦ୍ରକରେ ପହଞ୍ଚିଛି। ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଝାରଖଣ୍ଡର ୫ ଅଧିକାରୀଙ୍କ ସହ ଏକ ପୋଲିସ ଟିମ୍‌ ମଧ୍ୟ ପହଞ୍ଚିଛନ୍ତି। ସେମାନେ ଭଦ୍ରକ ଜିଲାରେ ଫସି ରହିଥିବା ୧୪୨ଜଣଙ୍କୁ ଝାରଖଣ୍ଡ ନେବ ବୋଲି ଜଣାପେଡ଼ିଛି।