କୋଟାରୁ ଛାତ୍ର ଫେରିବା ଘଟଣା: ରାଜସ୍ଥାନକୁ ୩୬ଲକ୍ଷ ଟଙ୍କା ପ୍ରଦାନ କଲେ ଉତ୍ତରପ୍ରଦେଶ ସରକାର

ଲକ୍ଷ୍ନୌ, ୨୨।୫: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାର ରାଜସ୍ଥାନ ସରାକରଙ୍କୁ ଟଙ୍କା ପ୍ରଦାନ କରିଛନ୍ତି। ରାଜସ୍ଥାନ ସରକାର ଉତ୍ତରପ୍ରଦେଶ ସରକାରଙ୍କୁ ୩୬,୩୬,୬୬୪ ଟଙ୍କାର ଏକ ବିଲ୍‌ ପଠାଇଥିଲେ। ଯାହାର ଦେୟ ପ୍ରଦାନ କରାଯାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, କରୋନା ଲକ୍‌ଡାଉନ ସମୟରେ ରାଜସ୍ଥାନ କୋଟାରେ ଫସିଥିବା ଛାତ୍ରୀଛାତ୍ର ନିକଟରେ ନିଜ ରାଜ୍ୟକୁ ଫେରିିଥିଲେ। ରାଜସ୍ଥାନ ରାଜ୍ୟ ସଡ଼କ ପରିବହନ ନିଗମ ବସ୍‌ ଯୋଗେ ଉକ୍ତ ଛାତ୍ରୀଛାତ୍ର ଘରକୁ ଫେରିଥିଲେ। ସେମାନଙ୍କ ଫେରିବା ଲାଗି ରାଜସ୍ଥାନ ସରକାର ୭୦ଟି ବସ୍‌ର ବ୍ୟବସ୍ଥା କରିଥିବା ବେଳେ ଏଥିପାଇଁ ୩୬,୩୬,୬୬୪ ଖର୍ଚ୍ଚ ହୋଇଥିଲା। ଯାହା ପରବର୍ତ୍ତୀ ସମୟରେ ରାଜସ୍ଥାନ ସକରାର ଏହାର ଏକ ବିଲ୍‌ କରି ଉତ୍ତରପ୍ରଦେଶ ସରକାରଙ୍କୁ ପଠାଇଥିଲେ। କିନ୍ତୁ ରାଜସ୍ଥାନ ସରକାର ଯେତେବେଳେ ଛାତ୍ରଙ୍କୁ ଆଣିବା ପାଇଁ କୋଟାକୁ ବସ୍‌ ପଠାଇଥିଲେ, ସେହି ସମୟରେ ଡିଜେଲ ପାଇଁ ଉତ୍ତରପ୍ରଦେଶ ସରକାର ୧୯ଲକ୍ଷ ଟଙ୍କା ଦେଇଦେଇଥିଲେ। ଏହା ସତ୍ତ୍ୱେ ବି ରାଜସ୍ଥାନ ସରକାର ପୁଣି ଏକ ବିଲ୍‌ ପଠାଇଥିଲେ। ଯାହାର ଦେୟ ଯୋଗୀ ଆଦିତ୍ୟନାଥ ପ୍ରଦାନ କରିଛନ୍ତି। ଏହାକୁ ନେଇ ଏବେ ରାଜନୈତିକ ଉଷ୍ମତା ଦେଖାଦେଇଛି।

Share