କୋଟାରୁ ଫେରିଥିବା ଛାତ୍ରୀଛାତ୍ରଙ୍କୁ ଅଟକ ରଖିଲା ସୁନ୍ଦରଗଡ଼ ଜିଲା ପ୍ରଶାସନ

ରାଉରକେଲା ଅଫିସ,୬ା୫: ରାଜସ୍ଥାନ କୋଟାରୁ ଛାତ୍ରୀଛାତ୍ରଙ୍କୁ ନେଇ ଆସିଥିବା ଏକ ବସ୍‌କୁ ଜିଲା ପ୍ରଶାସନ ଓ ରାଉରକେଲା ମହାନଗର ନିଗମ ପକ୍ଷରୁ ଅଟକ ରଖାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, କୋଟାରୁ ୨୫ ଜଣ ଛାତ୍ରୀଛାତ୍ରଙ୍କୁ ନେଇ ଏହି ବସ୍‌ ରାଉରକେଲା ଅଭିମୁଖେ ଆସିଥିଲା। ଏଥିରେ ରାଉରକେଲାର ୧୨ ଛାତ୍ରୀଛାତ୍ର ଥିବାବେଳେ ଅନ୍ୟ ୧୩ ଜଣ ସମ୍ବଲପୁର, ଅନୁଗୋଳ, ନୂଆପଡ଼ା, କଟକ, ଯାଜପୁରର ଥିଲେ। ୨ ଦିନ ତଳେ ଏହି ବସ୍‌ଟି କୋଟାରୁ ବାହାରିବା ବେଳେ ଛାତ୍ରୀଛାତ୍ରଙ୍କ ମେଡିକାଲ ଯାଞ୍ଚ କରାଯାଇଥିଲା। ଛାତ୍ରୀଛାତ୍ରଙ୍କ ହାତରେ ଷ୍ଟାମ୍ପିଂ ପରେ ସମସ୍ତଙ୍କୁ ଛଡ଼ା ଯାଇଥିଲା। କିନ୍ତୁ ସେଠାକାର ପ୍ରଶାସନ ରାଉରକେଲା ପ୍ରଶାସନକୁ କୋଣସି ସୂଚନା ଦେଇ ନ ଥିଲା। ତେବେ ସମ୍ବଲପୁର, ଅନୁଗୋଳ, ନୂଆପଡ଼ା, କଟକ, ଯାଜପୁରର ଛାତ୍ରୀଛାତ୍ର ନିଜ ନିଜ ଘରକୁ ଚାଲି ଯାଇଥିବାବେଳେ ବସ୍‌ଟି ସିଧାସଳଖ ଆସି ସେକ୍ଟର ୨ ବସ୍‌ଷ୍ଟାଣ୍ଡରେ ଲାଗିଥିଲା। ଏ ବାବଦରେ ସୂଚନା ପାଇବା ପରେ ବସ୍‌କୁ ରାଉରକେଲା ମହାନଗର ନିଗମର ଅଧିକାରୀମାନେ ବିପିୟୁଟି କ୍ୟାମ୍ପସ୍‌କୁ ଆଣି ଅଟକ ରଖିଛନ୍ତି। ଯେଉଁପିଲାମାନେ ଘରକୁ ପଳାଇଛନ୍ତି ସେମାନଙ୍କର ମେଡିକାଲ ଯାଞ୍ଚ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଧାନସଭା ଘେରାଉ ପାଇଁ କଂଗ୍ରେସର ପ୍ରସ୍ତୁତି

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ) – ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆସନ୍ତା ୨୭ତାରିଖ ବିଧାନସଭା ଘେରାଉ କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ବରଗଡ଼ ଜିଲା କଂଗ୍ରେସ କମିଟି ପକ୍ଷରୁ...

ବୋରିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବ

କେସିଙ୍ଗା,୨୩। ୩(ତୁମେଶର ସାହୁ): କେସିଙ୍ଗା ବ୍ଲକ୍‌ର ବୋରିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣୀ ଶନିବାର ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ...

ନିଜ ଲଢ଼େଇ, ନିଜେ ଲଢ଼ିବେ: ଆତ୍ମରକ୍ଷା ତାଲିମ…

କେସିଙ୍ଗା, ୨୩ା୩(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ମହାବିଦ୍ୟାଳୟରେ ଚାଲିଥିବା ଛାତ୍ରୀମାନଙ୍କ ଆତ୍ମରକ୍ଷା ତାଲିମ ଶିବିର ଉଦ୍‌ଯାପିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ସୁଶାନୁ କୁମାର ପାଢ଼ୀଙ୍କ...

ବିପୁଳ ପରିମାଣରେ ଦେଶୀ, ବିଦେଶୀ ମଦ ଜବତ ଜବତ: ୨ ଗିରଫ

କୋକସରା,୨୩।୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ୨୬ ନମ୍ବର ଜାତୀୟ ରାଜପଥ ବୋବରିଆ ଛକରେ ଥିବା ଏକ ଢ଼ାବା ଓ କାଉଡୋଳା ଗ୍ରାମରେ...

ସିପିଆଇ ଜୋନାଲ କମିଟିର ଆଲୋଚନା ସଭା

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ସିପିଆଇ ବଡ଼ଖେମୁଣ୍ଡି ଜୋନାଲ କମିଟିର ପରିବର୍ଦ୍ଧିତ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ଦିଗପହଣ୍ଡି ପୁରୁଣା ବସଷ୍ଟାଣ୍ଡ ସ୍ଥିତ ସିପିଆଇ କାର୍ଯ୍ୟଳୟରେ ଆୟୋଜିତ...

କୋର୍ଟରୁ ବାହାରିବାବେଳେ ଯୁବକଙ୍କୁ ଅପହରଣ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ କୋର୍ଟ ସମ୍ମୁଖରୁ ଶୁକ୍ରବାର ଦ୍ୱିପ୍ରହରରେ ଝାରସୁଗୁଡ଼ାର ନିରଞ୍ଜନ ସୁନାଙ୍କୁ ଅପହରଣ କରି ମାରପିଟ୍‌ କରିବା ପରେ ବିଳମ୍ବିତ ରାତିରେ ଥାନାରେ ଛାଡ଼ି...

କାଳ ସାଜିଲା କାଳବୈଶାଖି, ସ୍କୁଲରେ ଆଶ୍ରୟ ନେଲେ କ୍ଷତିଗ୍ରସ୍ତ

ଦେବଗଡ଼ ,୨୩।୩(ଶଶାଙ୍କ ଶେଖର ଝାଙ୍କର): କାଳ ସାଜିଲା କାଳବୈଶାଖି । କୁଆପଥର ମାଡରେ ବ୍ୟାପକ କ୍ଷୟକ୍ଷତି । କ୍ଷତିଗ୍ରସ୍ତ ଲୋକଙ୍କୁ ଗାଁ ସ୍କୁଲରେ ଆଶ୍ରୟ ଦେଲା...

ମୁଁହ ଖୋଲିଲେ ଚାଞ୍ଚେର ଓ ଉତ୍କେଲା ଗ୍ରାମ ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ଲମ୍ବୁ ଶିଖା

କେସିଙ୍ଗା,୨୩।୩(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି ଅଧୀନସ୍ଥ ଚାଞ୍ଚେର ଓ ଉତକେଲା ଗ୍ରାମ ପଞ୍ଚାୟତ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଲମ୍ବୁ ଶିଖାଙ୍କ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image