କେନ୍ଦୁଝର,୪ା୫(ସ୍ବ.ପ୍ର.) : କେନ୍ଦୁଝର ଜିଲାରୁ ରାଜସ୍ଥାନର କୋଟାରେ ଯାଇ ପାଠ ପଢ଼ୁଥିବା ୨୧ ଛାତ୍ରୀଛାତ୍ର ସୋମବାର ସ୍ବତନ୍ତ୍ର ବସ୍ରେ କେନ୍ଦୁଝରକୁ ସୁରକ୍ଷିତ ଫେରିଛନ୍ତି। ସେମାନଙ୍କ ସହିତ ୬ ଜଣ ଅଭିଭାବକ ଫେରିଛନ୍ତି। ସେମାନଙ୍କୁ ପୁରୁଣା ସହରସ୍ଥିତ ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ରର ଏକ କ୍ଲିନିକ୍ରେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ହୋମ୍ କ୍ୱାରାଣ୍ଟାଇନ୍ରେ ପଠାଇ ଦିଆଯାଇଛି। ଏହାକୁ ନେଇ ସେମାନଙ୍କ ପରିବାର ଲୋକଙ୍କ ମଧ୍ୟରେ ଖୁସି ପ୍ରକାଶ ପାଇଛି।