କୋଟାୟମରୁ ଖୋର୍ଦ୍ଧା ଷ୍ଟେଶନରେ ପହଞ୍ଚିଲେ ୧୯୧ପ୍ରବାସୀ

ଖୋର୍ଦ୍ଧା ଅଫିସ,୮।୬: କୋଟାୟମରୁ ଆସିଥିବା ସ୍ବତନ୍ତ୍ର ଶ୍ରମିକ ଟ୍ରେନ୍‌ ସୋମବାର ଖୋର୍ଦ୍ଧା ରୋଡ ଷ୍ଟେଶନରେ ପହଞ୍ଚିଛି। ଏଥିରେ ୫ଟି ଜିଲାରୁ ୧୯୧ଜଣ ପ୍ରବାସୀ ଫେରିଛନ୍ତି। ସେମାନଙ୍କ ମଧ୍ୟରୁ ବଲାଙ୍ଗୀର ୧୪, ବୌଦ୍ଧ ୩, ଖୋର୍ଦ୍ଧା ୪୨, ନୟାଗଡ଼ ୧୦୭ ଏବଂ ପୁରୀର ୨୫ ପ୍ରବାସୀ ଅଛନ୍ତି । ଷ୍ଟେଶନରେ ଏମାନଙ୍କ ଥର୍ମାଲ ସ୍କ୍ରିନିଂ, ପଞ୍ଜୀକରଣ ଏବଂ ଡାହାଣ ହାତରେ ଷ୍ଟାମ୍ପ ମରାଯାଇ ସ୍ବତନ୍ତ୍ର ବସ୍‌ ଯୋଗେ ନିଜ ଜିଲାକୁ ପଠାଇ ଦିଆଯାଇଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

Share