Categories: ଜାତୀୟ

କୋଟା ହସ୍ପିଟାଲ ପରିଦର୍ଶନ କଲେ ଓମ୍‌ ବିର୍ଲା

ଜୟପୁର,୨୯।୧୨: ରାଜସ୍ଥାନ କୋଟାର ଏକ ହସ୍ପିଟାଲରେ କିଛିଦିନ ତଳେ ନବଜାତକଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ହସ୍ପିଟାଲ ପକ୍ଷରୁ ଏହାକୁ ଯେତିକି ଗୁରୁତ୍ୱ ଦିଆଯାଇ ନାହିଁ ସରକାର କିନ୍ତୁ ଏହାକୁ ଗୁରୁତର ସହ ନେଇଛନ୍ତି। ରବିବାର ଲୋକ ସଭା ସ୍ପିକର ଓମ୍‌ ବିର୍ଲା ଉକ୍ତ ହସ୍ପିଟାଲ ଗସ୍ତ କରିଥିଲେ। ସେଠାରେ ମେଡିକାଲ ଉପକରଣ ଓ ଇନଫ୍ରାଷ୍ଟକ୍ଚର କମ୍‌ ଥିବାରୁ ଏଭଳି ଘଟଣା ଘଟୁଥିବା ସେ କହିଛନ୍ତି। ଆହୁରି ମଧ୍ୟ ଅନେକ ଯନ୍ତ୍ରପାତି ଅକାମି ହୋଇପଡିଛି। ଆସନ୍ତା ୧୫ ଦିନ ମଧ୍ୟରେ ଏହି ସମସ୍ୟାର ସମାଧାନ ହୋଇଯିବ ବୋଲି ସେ କହିଛନ୍ତି।

Share