କୋଟିଆ ସୀମାରେ ବାଘ ଆତଙ୍କ

କୋରାପୁଟ,୧୮/୯(ସ୍ବ.ପ୍ର): କୋରାପୁଟ ଜିଲାର କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ପାହାଡ ଅଞ୍ଚଳରେ ଗତ କିଛି ଦିନ ହେଲା ଏକ ମହାବଳ ବାଘ ବୁଲୁଥିବା ନେଇ ଜିଲାରକୋଟିଆ ପଞ୍ଚାୟତ ଅଞ୍ଚଳରେ ଆତଙ୍କ ଖେଳାଯାଇଛି। କୋଟିଆ ସୀମାନ୍ତ ହର ମାଣ୍ଡିଙ୍ଗି, ଫଗୁଣ ସିନେରୀ ଓ ଫାଟୁ ସିନେରୀ ସମେତ ଆନ୍ଧ୍ର ଅଞ୍ଚଳରେ ଏହି ମହାବଳ ବାଘ ବୁଲୁଥିବା କୁହାଯାଉଛି। ଆନ୍ଧ୍ରର ଅଞ୍ଚଳରେ ଏହି ବାଘଟି ଦୁଇଟି ଗାଈକୁ ମାରି ଦେଇଥିବା ବନ ବିଭାଗ ଅଧିକାରୀ କହିଛନ୍ତି। ବର୍ତ୍ତମାନ ଆନ୍ଧ୍ରର ନନ୍ଦା ହାଟ ଅଞ୍ଚଳରେ ଏହି ମହାବଳ ବାଘ ରହିଥିବା ଆନ୍ଧ୍ର ବନ ବିଭାଗ ପକ୍ଷରୁ ଜଣାଯାଇଛି ା ନନ୍ଦାହାଟ ଅଞ୍ଚଳର କୋଟିଆ ପଞ୍ଚାୟତର ଫାଟୁସିନେରୀଠାରୁ ଅଳ୍ପ ଦୁରରେ ଥିବାରୁ କୌଣସି ସମୟରେ ଏହା ଓଡିଶାର କୋଟିଆ ପଞ୍ଚାୟତ ଅଞ୍ଚଳରେ ପ୍ରବେଶ କରିବ ସେଥିନେଇ ବର୍ତ୍ତମାନ କୋଟିଆର ଫାଟୁ ସିନେରୀ, ଫଗୁଣ ସିନେରୀ, ହର ମାଣ୍ଡିଙ୍ଗି ଅଚଂଳରେ ଲୋକମାନେ ଭୟରେ ରହିଥିବା ଜଣାଯାଇଛି।

Share