କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ: କଟକରୁ ଯୁବତୀ ଗିରଫ

ବ୍ରହ୍ମପୁର ଅଫିସ,୧୬ା୧୦-କୋଟିଏରୁ ଊର୍ଦ୍ଧ ଟଙ୍କା ଠକେଇ ମାମଲାରେ ବ୍ରହ୍ମପୁର ପୋଲିସ କଟକରୁ ଜଣେ ଯୁବତୀଙ୍କୁ ମଙ୍ଗବଳାର ଗିରଫ କରିଛି। ଅଭିଯୁକ୍ତା ରମ୍ଭାର ମଧୁସ୍ମିତା ମହାପାତ୍ର(୨୨)। ବୈଦ୍ୟନାଥପୁର ଥାନା ପୋଲିସ ମଧୁସ୍ମିତାଙ୍କୁ ମଙ୍ଗଳବାର କୋର୍ଟ ଗିରଫ କରି କୋର୍ଟ ଚାଲାଣ କରିଛି ବୋଲି ବ୍ରହ୍ମପୁର ଏସ୍‌ଡ଼ିପିଓ ବିଷ୍ଣୁ ପ୍ରସାଦ ପତି ସୂଚନା ଦେଇଛନ୍ତି।
ପ୍ରକାଶ ଯେ, ମଧୁସ୍ମିତା ନିଜକୁ ସେଣ୍ଟ୍ରାଲ ଇଲେକ୍ଟ୍ରିକାଲ ଅଥରିଟିର ସେ ଓଡିଶା ମୁଖ୍ୟ ବୋଲି ପରିଚୟ ଦେଇ ଅଧିକାଂଶ ଲୋକଙ୍କୁ ସେଠାରେ କାମ କରାଇଦେବା ନଁାରେ ୧ କୋଟି ୧୭ ଲକ୍ଷ ଟଙ୍କା ଠକେଇ କରିଥିଲେ। ତ୍ରିପୁୁରା ପ୍ରସାଦ ରଥଙ୍କ ସମେତ ୧୫ ଜଣ ଲୋକଙ୍କଠାରୁ ଯୁବତୀ ଜଣକ ଏହି ଟଙ୍କା ଠକି ନେଇଥିଲେ। ଏନେଇ ତ୍ରିିପୁରା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଘଟଣାର ଅନୁସନ୍ଧାନ କରି ମଙ୍ଗଳବାର ମଧୁସ୍ମିତାଙ୍କୁ ଗିରଫ କରିଥିଲା। ଏହି ରାକେଟରେ ଅନ୍ୟ କେଉଁମାନେ ସମ୍ପୃକ୍ତ ଅଛନ୍ତି ସେନେଇ ପୋଲିସ ଏବେ ଖୋଳତାଡ ଚଳାଇଛି ବୋଲି ଏସ୍‌ଡ଼ିପିଓ ପତି ସୂଚନା ଦେଇଛନ୍ତି।