ନୂଆଦିଲ୍ଲୀ,୧୬।୫: ଦେଶରେ ଇଲେକ୍ଟ୍ରିକ ଯାନ ପ୍ରଚଳନକୁ ପ୍ରୋତ୍ସାହିତ କରିବାକୁ ଯାଇ କେନ୍ଦ୍ର ସରକାର ଏକ ସ୍ବତନ୍ତ୍ର କର୍ମବଳ ସୃଷ୍ଟି କରିବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି। ଏହି ମିଶନକୁ ସଫଳତା ପୂର୍ବକ ଲାଗୁ କରାଗଲେ ଦେଶରେ ପ୍ରାୟ ୧ କୋଟି ନୂଆ ନିଯୁକ୍ତି ସୃଷ୍ଟି ହେବ ବୋଲି ଜଣାପଡିଛି। ମିଶନକୁ ସଫଳ କରିବା ଉଦ୍ଦେଶ୍ୟରେ ଏକ କୁଶଳୀ କର୍ମଶକ୍ତି ତିଆରି କରିବା ପାଇଁ ସରକାର ଅଣ୍ଟାଭିଡ଼ିଛନ୍ତି। ଏହି କ୍ଷେତ୍ରରେ ବିଶେଷଜ୍ଞ ଥିବା କର୍ମବଳ ତିଆରି କରାଯିବ। ଏଥିଲାଗି ଡିଜାଇନ ଏବଂଟେଷ୍ଟିଙ୍ଗ, ବ୍ୟାଟେରି ମାନୁଫାକ୍ଚରିଂ ସହିତ ମ୍ୟାନେଜମେଣ୍ଟ, ସେଲ୍ସ, ସର୍ଭିସେସ୍ ଏବଂ ଭିତ୍ତିଭୂମି ଭଳି କ୍ଷେତ୍ରରେ ନୂଆ ନିଯୁକ୍ତି ସୃଷ୍ଟି କରାଯିବ। ଏହାବ୍ୟତୀତ ଅଟୋମୋଟିଭ ମିଶନ ପ୍ଲାନ ୨୦୨୬ରେ ଅଟୋ ସେକ୍ଟରରେ ଅତିରିକ୍ତ ୬.୫୦ କୋଟି ନୂଆ ନିଯୁକ୍ତି ସୃଷ୍ଟି ହେବ ବୋଲି ଅନୁମାନ କରାଯାଉଛି। ଇ-ଯାନ କ୍ଷେତ୍ରରେ ମାନବ ସମ୍ବଳର ଚାହିଦା ପୂରଣ କରିବା ଲାଗି କୌଶଳ ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ଏକ ଯୋଜନା ପ୍ରସ୍ତୁତିରେ ଲାଗି ପଡିଛି। ଏଥିଲାଗି ଏକ ସ୍ବତନ୍ତ୍ର ପାଠ୍ୟକ୍ରମ ପ୍ରସ୍ତୁତ କରାଯାଉଛି, ଯାହାଦ୍ୱାରା ଇଲେକ୍ଟ୍ରିକ ଯାନ କ୍ଷେତ୍ରରେ ଚାହିଦା ପୂରଣ କରାଯାଇପାରିବ। ଏକ ନିଶ୍ଚିତ ସମୟାବଧିରେ ନୂଆ କାର୍ଯ୍ୟବଳ ସୃଷ୍ଟି କରିବା ଉପରେ କୌଶଳ ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ନଜର ରଖିବ ବୋଲି ଜଣେ ଅଧିକାରୀ ପ୍ରକାଶ କରିଛନ୍ତି।ରାଯାଇଛି। ଇଡି ପକ୍ଷରୁ କୁହାଯାଇଛି ଯେ, ତାୟଲ ଗ୍ରୁପ୍ ୫୨୪ କୋଟି ଟଙ୍କାର ଋଣ ନେଇଥିଲେ।