Categories: ବାଣିଜ୍ୟ

କୋଟିପତି ଟିକସଦାତାଙ୍କ ସଂଖ୍ୟାରେ ୨୦% ବୃଦ୍ଧି

ନୂଆଦିଲ୍ଲୀ,୧୩-୧୦: ୨୦୧୮-୧୯ ଆସେସମେଣ୍ଟ ବର୍ଷରେ ଦେଶ ମଧ୍ୟରେ କୋଟିପତି ଟିକସଦାତାଙ୍କ ସଂଖ୍ୟା ୨୦% ବୃଦ୍ଧି ଘଟିଥିବା ଆୟକର ବିଭାଗ ପକ୍ଷରୁ ସୂଚନା ରହିଛି। କୋଟିପତି ଟିକସଦାତାଙ୍କ ସଂଖ୍ୟା ୯୭,୬୮୯କୁ ବଢିଥିବା ରାଜସ୍ବ ବିଭାଗ ପକ୍ଷରୁ କୁହାଯାଇଛି।୨୦୧୭-୧୮ ଆସେସମେଣ୍ଟ ବର୍ଷରେ ୧ କୋଟି ଟଙ୍କାରୁ ଅଧିକ ଟିକସଲବ୍ଧ ଆୟ କରୁଥିବା ବ୍ୟକ୍ତିଙ୍କ ସଂଖ୍ୟା ୮୧,୩୪୪ ରହିଥିଲା। ୨୦୧୮-୧୯ ଆର୍ଥତ୍କ ବର୍ଷ ଏବଂ ୨୦୧୮-୧୯ ଆସେସମେଣ୍ଟ ବର୍ଷ( ୨୦୧୭-୧୮ ଆର୍ଥତ୍କ ବର୍ଷର) ଅପଡେଟ ଡାଟା କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ(ସିବିଡିଟି) ପକ୍ଷରୁ ଜାରି କରାଯାଇଛି। ଏହି ଡାଟା ମଧ୍ୟରେ କର୍ପୋରେଟ, ଫାର୍ମ, ହିନ୍ଦୁ ଅଣ ବିଭାଜିତ ପରିବାର(ଏଚ୍‌ୟୁଏଫ୍‌) ଏବଂ ବ୍ୟକ୍ତି ବିଶେଷଙ୍କ ଆୟ ବିତରଣ ସାମିଲ ରହିଛି। ସମସ୍ତ ବ୍ୟକ୍ତିଙ୍କୁ ବିଚାରକୁ ନେଲେ ୧ କୋଟିରୁ ଅଧିକ ଟିକସଲବ୍ଧ ଆୟକାରୀ ବ୍ୟକ୍ତିଙ୍କ ସଂଖ୍ୟା ପ୍ରାୟ ୧.୬୭ ଲକ୍ଷ ହେବ। ଏହା ୨୦୧୭-୧୮ ଆସେସମେଣ୍ଟ ବର୍ଷ ତୁଳନାରେ ୧୯% ବଢିଛି। ଅଗଷ୍ଟ ୧୫ ଡାଟା ସୁଦ୍ଧା ୫.୮୭ ଲକ୍ଷ ଆୟକର ରିଟର୍ନ ଫାଇଲ ହୋଇଛି। ୫.୫୨ ବ୍ୟକ୍ତି, ୧୧.୩ ଲକ୍ଷ ଏଚ୍‌ୟୁଏଫ୍‌, ୧୨.୬୯ ଲକ୍ଷ ଫାର୍ମ ଏବଂ ୮.୪୧ ଲକ୍ଷ କମ୍ପାନୀ ରିଟର୍ନ ଫାଇଲ କରିଥିବା ସିବିଡିଟି ତଥ୍ୟରୁ ସାମ୍ନାକୁ ଆସିଛି।

Share