Categories: ଜାତୀୟ

କୋଠା ଭୁଶୁଡ଼ି ଜଣେ ମୃତ

ବଡୋଦରା,୨୦ା୧୦: ଗୁଜରାଟର ବଡୋଦରା ସହରରେ ଏକ ବହୁମହଲା କୋଠା ଭୁଶୁଡ଼ି ଜଣେ ପ୍ରାଣ ହରାଇଥିତ୍ବାବେଳେ ଭଗ୍ନାବଶେଷ ତଳେ ୭ ଜଣ ଫସିରହିଥିବା ଆଶଙ୍କା କରାଯାଉଛି। ୫ ମହଲା ବିଲ୍ଡିଂ ଭାଙ୍ଗିବା କାର୍ଯ୍ୟରେ ଶ୍ରମିକମାନେ ନିୟୋଜିତ ଥିଲାବେଳେ ଶନିବାର ସନ୍ଧ୍ୟାରେ ତାହା ଭୁଶୁଡ଼ି ପଡ଼ିଥିଲା। ଭଗ୍ନାବଶେଷ ତଳୁ ଦୁଇଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିବାବେଳେ ହସ୍ପିଟାଲ ନେବା ବାଟରେ ଜଣଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟ ଜଣଙ୍କୁ ଏସ୍‌ଏସ୍‌ଜି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବିଲ୍ଡିଂ ଭାଙ୍ଗିବାରେ ଠିକାଦାର ଉପଯୁକ୍ତ ପଦ୍ଧତି ଆପଣାଇ ନ ଥିବାରୁ ଏଭଳି ଦୁର୍ଘଟଣା ଘଟିଲା ବୋଲି କୁହାଯାଉଛି।

Share